Latest Odisha News

ପୁଣି ନିଜର ରୋମାଣ୍ଟିକ ଅନ୍ଦାଜରେ ବଲିଉଡକୁ ଫେରିବେ ଏହି ପାକିସ୍ତାନୀ ହିରୋ

ମୁମ୍ବାଇ: ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କର ପ୍ରଶଂସକ ମଧ୍ୟ ଭାରତରେ କମ୍ ନୁହଁନ୍ତି । ଦିନ ଥିଲା ତାଙ୍କର ରୋମାଣ୍ଟିକ୍ ଅନ୍ଦାଜରେ ପ୍ରଶଂସକମାନେ ପ୍ରଭାବିତ ହେଉଥିଲେ । ସୁନ୍ଦର ଚେହେରା ସହିତ ଚମତ୍କାର ଅଭିନୟ କରୁଥିବା ଫୱାଦ୍ ଖାନ୍ ୮ ବର୍ଷ ପରେ ପୁଣି ବଲିଉଡକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଫିଲ୍ମ ‘ଅବିର ଗୁଲାଲ’ ମାଧ୍ୟମରେ ସେ ପୁଣି ଦର୍ଶକଙ୍କ ମନରେ ଘର କରିବେ ।

ଏହି ଚଳଚ୍ଚିତ୍ରଟି ଏକ ରୋମାଣ୍ଟିକ୍ କମେଡି ଡ୍ରାମା ଉପରେ ଆଧାରିତ । ଏହି ରୋମାଣ୍ଟିକ୍ କମେଡିରେ ତାଙ୍କ ସହ ମୁଖ୍ୟ ଭୂମିକାରେ ବଲିଉଡ ଅଭିନେତ୍ରୀ ବାନି କପୁର ନଜର ଆସିବେ । ଫିଲ୍ମର ସୁଟିଂ ୨୯ ସେପ୍ଟେମ୍ବରରେ ଲଣ୍ଡନରେ ଆରମ୍ଭ ହୋଇଥିଲା । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଆରତୀ ଏସ ବାଗ୍ରି । ଏହାକୁ ବିବେକ ଅଗ୍ରୱାଲ, ଅବନ୍ତିକା ହରି ଏବଂ ରାକେଶ ସିପ୍ପି ପ୍ରଡ୍ୟୁସ କରିବେ ।

ନିର୍ମାତାମାନେ ଫିଲ୍ମ ଘୋଷଣା କରିବା ସମୟରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଫୱାଦ ଖାନ ଏବଂ ବାନି କପୁର ଏକାଠି ନଜର ଆସିଛନ୍ତି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଚଳଚ୍ଚିତ୍ରର ସୁଟିଂ ଅକ୍ଟୋବର ଏବଂ ନଭେମ୍ବର ୨୦୨୪ରେ ବ୍ରିଟେନରେ ହେବ । ନିର୍ମାତାମାନେ ଏହି ଚଳଚ୍ଚିତ୍ରକୁ ଏକ ଇଣ୍ଟରନ୍ୟାସନାଲ ପ୍ରଡକ୍ସନ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ଭାରତ ଏବଂ ବ୍ରିଟେନର ଅନେକ ଶ୍ରେଷ୍ଠ କଳାକାର ଏହାର ସହାୟକ କାଷ୍ଟରେ ନଜର ଆସିବେ । ବଲିଉଡର ଜଣେ ପ୍ରମୁଖ ସଙ୍ଗୀତକାର ଏହି ଚଳଚ୍ଚିତ୍ର ପାଇଁ ୬ଟି ଅରିଜିନାଲ ଟ୍ରାକ୍ ପ୍ରସ୍ତୁତ କରିସାରିଛନ୍ତି ଯାହାକୁ ବଲିଉଡର ପ୍ରସିଦ୍ଧ ଗାୟକମାନେ ଗାଇଛନ୍ତି । ତଥାପି, ଏହି ବିଷୟରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ସେୟାର ହୋଇନାହିଁ ।

ନିକଟରେ ଫୱାଦଙ୍କ ଫିଲ୍ମ ‘ଦି ଲିଜେଣ୍ଡ ଅଫ୍ ମୌଲା ଜଟ୍ଟ’କୁ ନେଇ ଦେଶରେ ଅନେକ ବିବାଦ ଦେଖାଦେଇଥିଲା । ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୨ରେ ଦେଶରେ ମୁକ୍ତିଲାଭ କରିବାର ଥିଲା । ତେବେ ଅନେକ ସହରରେ ତୀବ୍ର ବିରୋଧ ପରେ ଏହା ମୁକ୍ତିଲାଭ କରାଯାଇ ନାହିଁ । କେବଳ ଏତିକି ନୁହେଁ, ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ସଂସ୍ଥାପକ ଅଧ୍ୟକ୍ଷ ରାଜ ଠାକରେ ଏହି ଚଳଚ୍ଚିତ୍ରର ରିଲିଜକୁ ଦୃଢ ବିରୋଧ କରିଥିଲେ ଏବଂ କହିଥିଲେ ଯେ ସେ କୌଣସି ପରିସ୍ଥିତିରେ ମହାରାଷ୍ଟ୍ରରେ ପାକିସ୍ତାନୀ କଳାକାରଙ୍କ ଚଳଚ୍ଚିତ୍ର ରିଲିଜକୁ ଅନୁମତି ଦେବେ ନାହିଁ । ପୂର୍ବରୁ ଫୱାଦ ତିନୋଟି ଭାରତୀୟ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି ।

ଆସନ୍ତୁ ଆପଣଙ୍କୁ କହିବା, ଫୱାଦ ଖାନଙ୍କ ଶେଷ ବଲିଉଡ ଫିଲ୍ମ ୨୦୧୬ ରେ ମୁକ୍ତିଲାଭ କରିଥିଲା । ତାଙ୍କୁ ରଣବୀର କପୁରଙ୍କ ଅଭିନୀତ ‘ଏ ଦିଲ ହୈ ମୁସ୍କିଲ’ରେ ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ସେ ୨୦୧୬ ରେ ମୁକ୍ତିଲାଭ କରିଥିବା ‘କପୁର ଆଣ୍ଡ ସନ୍ସ’ରେ ଏବଂ ୨୦୧୪ରେ ମୁକ୍ତିଲାଭ କରିଥିବା ‘ଖୁବସୁରତ’ରେ କାମ କରିଛନ୍ତି । ଏବେ ସେ ଆଠ ବର୍ଷ ପରେ ପୁଣି ଭାରତ କୁ ଫେରୁଛନ୍ତି ।

Leave A Reply

Your email address will not be published.