Latest Odisha News

‘ଅତ୍ୟଧିକ ଆତ୍ମବିଶ୍ବାସ ଠିକ୍ ନୁହଁ; ହରିୟାଣାରେ କଂଗ୍ରେସର ପରାଜୟକୁ ନେଇ କହିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଏବେ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ପୂରା ସ୍ପଷ୍ଟ । ପୁଣି ତୃତୀୟ ଥର ପାଇଁ ଗାଦି ବଜାୟ ରଖିବାକୁ ଯାଉଛି ବିଜେପି । ଏଥିର ହରିୟାଣାରେ କଂଗ୍ରେସ ବିଜୟର ଆଶା ରଖିଥିବା ବେଳେ ତାର ସ୍ବପ୍ନକୁ ପାଣି ଫୋଟକା ଭଳି ମିଲାଇ ଦେଇଛି ବିଜେପି । ୩୫ ଆସନ ସହ ବହୁ ପଛରେ ପଡିଛି କଂଗ୍ରେସ । ଯାହାକୁ ନେଇ କଂଗ୍ରେସକୁ ଶାଣିତ ଆକ୍ରମଣ କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ ।

ଏହାକୁ ନେଇ କେଜ୍ରିଓ୍ବାଲ କହିଛନ୍ତି, ଏଥର ହରିୟାଣା ନିର୍ବାଚନ ଫଳାଫଳର ସବୁଠୁ ବଡ ଶିକ୍ଷା ହେଉଛି ନିର୍ବାଚନରେ ଅଧିକ ଆତ୍ମବିଶ୍ବାସୀ ହେବା ଉଚିତ୍ ନୁହେଁ । କୌଣସି ବି ନିର୍ବାଚନ ସହଜ ନୁହେଁ, ସବୁ ନିର୍ବାଚନ ଆଉ ପ୍ରତ୍ୟେକ ସିଟ୍ ଜିତିବା କଠିନ ବୋଲି କହିଛନ୍ତି କେଜ୍ରିଓ୍ବାଲ ।

୯୦ ସିଟ୍ ବିଶିଷ୍ଟ ହରିୟାଣାରେ ବିଜେପି ଆଗରେ ଥିବା ବେଳେ ପଛରେ ରହିଛି କଂଗ୍ରେସ । ସେହିପରି ଜମ୍ମୁ-କଶ୍ମୀରରେ ଏନସି-କଂଗ୍ରେସ ମେଣ୍ଟ ଆଗରେ ଥିବା ବେଳେ ପଛରେ ରହିଛି ବିଜେପି । କିନ୍ତୁ ପଛରେ ପଡିଛି ଆପ୍ । ଜମ୍ମୁକଶ୍ମୀରରେ ଗୋଟିଏ ଆସନ ପାଇଥିବା ବେଳେ ହରିୟାଣାରେ ଏବେ ପର୍ଯ୍ୟନ୍ତ ଖାତା ଖୋଲିନି । ଯାହାକୁ ନେଇ ପରାଜୟ ଉପରେ କିଛି ଏଭଳି ଟିପ୍ପଣୀ ରଖିଛନ୍ତି କେଜ୍ରିଓ୍ବାଲ ।

ତେବେ କହିରଖୁଛୁ, ହରିୟାଣା ନିର୍ବାଚନରେ ଆପ ଏବଂ କଂଗ୍ରେସ ମେଣ୍ଟ ହେବାକୁ ନେଇ ବହୁ ଚେଷ୍ଟା ପରେ ଉଭୟ ଅଲଗା ଲଢିଥିଲେ । ଆପ ମୋଟ ୯୦ ସିଟରୁ ୮୯ ସିଟରେ ଏକାକୀ ହି ଲଢିଥିଲା । ହେଲା ଦୁର୍ଭାଗ୍ୟର କଥା ସବୁ ସିଟରେ ଆପ ହାତ ଖାଲି । ଆଉ ନିର୍ବାଚନୀ ପ୍ରଚାରରେ କେଜ୍ରିଓ୍ବାଲ କହିଥିଲେ ଯେ କୌଣସି ବି ରାଜ୍ୟରେ ଆପ ବିନା ଦଳ ସରକାର କରିପାରିବ ନାହିଁ । ହେଲେ ଏଠି ନିଜେ ହିଁ ମାଟି କାମୁଡି ପଡିଛନ୍ତି ।

Leave A Reply

Your email address will not be published.