Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳିବା ପାଇଁ ପାକିସ୍ତାନ ଯିବନି ଭାରତ : ରିପୋର୍ଟ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ପାକିସ୍ତାନ ବୋର୍ଡ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଆସନ୍ତା ବର୍ଷ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଂଟ ପାଇଁ ପାକିସ୍ତାନ ଗସ୍ତରେ ଭାରତ ଯିବନି । ଏକ ରିପୋର୍ଟ ଅନୁସାରେ ଭାରତର ମ୍ୟାଚ ପାକିସ୍ତାନ ବଦଳରେ ୟୁଏଇରେ କରାଯିବା ଏକପ୍ରକାର ନିଶ୍ଚିତ ହୋଇଛି । ଏପରିକି ଭାରତ ଯଦି ଫାଇନାଲରେ ପ୍ରବେଶ କରେ ତେବେ ଏହି ମ୍ୟାଚ ମଧ୍ୟ ପାକିସ୍ତାନରୁ ସ୍ଥାନାନ୍ତରିତ ହେବ । ୨୯ ବର୍ଷ ପରେ ପାକିସ୍ତାନରେ ଆଇସିସିର ବଡ ଟୁର୍ଣ୍ଣାମେଂଟ ହେବାକୁ ଯାଉଛି ।

ଏସିଆ କପ ୨୦୨୩ ମଧ୍ୟ ପାକିସ୍ତାନରେ ହେବାକୁ ଥିଲା । ଭାରତ ଯିବାକୁ ମନା କରିବା ପରେ ଟୁର୍ଣ୍ଣାମେଂଟକୁ ହାଇବ୍ରିଡ ମଡେଲରେ ଆୟୋଜନ କରାଯାଇଥିଲା । ଟିମ ଇଣ୍ଡିଆ ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିଥିଲା ଏବଂ ଫାଇନାଲ ମଧ୍ୟ ଏଠାରେ ଆୟୋଜିତ ହୋଇଥିଲା । ଚାମ୍ପିୟନ୍ସ ଟ୍ରଫି ଡ୍ରାଫ୍ଟ ସିଡ୍ୟୁଲ ଅନୁସାରେ ଟିମ ଇଣ୍ଡିଆ ତାର ପ୍ରଥମ ମ୍ୟାଚ ଫେବୃୟାରୀ ୨୦ରେ ବାଂଲାଦେଶ ବିପକ୍ଷରେ ଖେଳିବ । ୨୩ରେ ନ୍ୟୁଜିଲାଣ୍ଡ ଓ ମାର୍ଚ୍ଚ ୧ରେ ପାକିସ୍ତାନକୁ ଭେଟିବ ।

Leave A Reply

Your email address will not be published.