Latest Odisha News

ବଢିଲା ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି

ଭୁବନେଶ୍ବର: ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଇଛନ୍ତି ରାଜ୍ୟ ସରକାର । ଗ୍ରାଚୁଇଟିର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରଙ୍କ ଏହି ନିଷ୍ପତ୍ତି ପିଛିଲା ଭାବେ ୨୦୨୪ ଜାନୁଆରୀ ୧ରୁ ଲାଗୁ ହେବ ।

ପୂର୍ବରୁ ରାଜ୍ୟର ବିଭିନ୍ନ ସେବା ସଙ୍ଗଠନ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ଗ୍ରାଚୁଇଟି ସୀମା ବୃଦ୍ଧି କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୨୦୨୪ ଜାନୁୟାରୀ ପହିଲାରୁ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ୍ ସର୍ଭିସେସ (ପେନସନ) ନିୟମ ଅନୁସାରେ ମୃତ୍ୟୁ ଓ ଅବସରକାଳୀନ ଗ୍ରାଚ୍ୟୁଇଟି ସୀମାକୁ ବୃଦ୍ଧି କରିଛନ୍ତି ।

Leave A Reply

Your email address will not be published.