Latest Odisha News

ବେଜୁବାନଙ୍କ ମନ ପଢିପାରୁଥିଲେ: ‘ଟିଟୋ’ ପାଇଁ ବ୍ରିଟେନ ପୁରସ୍କାରକୁ ବି ତୁଚ୍ଛ କରିଥିଲେ

ମୁମ୍ବାଇ: ଶିଳ୍ପ ଜଗତର ଏମିତି ଏକ ଅମୂଲ୍ୟ ମଣିଷ ରତନ ଟାଟା, ଯାହାଙ୍କ ବିଷୟରେ ଜାଣିବା ପରେ ସତରେ ଜଣେ ଅବାକ୍ ହୋଇଯିବ । ଏକ ନିଷ୍କପଟ ମଣିଷ, ଯାହାଙ୍କ ଠାରେ କେବଳ ପ୍ରେମ, ଅନାବିଳ ସ୍ନେହ ଓ ମଣିଷତ୍ବର ବାସ୍ନା ଭରିରହିଥିଲା । ଆଜି ତାଙ୍କର ବିୟୋଗରେ ଛୁରୁଛି ଭାରତ ।

ତେବେ ଯେ ଖାଲି ଶିଳ୍ପ ଜଗତରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଦେଶ ଛୁରୁଛି ତାହା ନୁହେଁ ବରଂ ଏକ ଏମିତି ସହୃଦୟ ବ୍ୟକ୍ତିତ୍ବକୁ ଦେଶ ଝୁରୁଛି ଯେ ଶବ୍ଦହୀନଙ୍କ ମନର କଥାକୁ ବୁଝି ପାରୁଥିଲେ । ବିଭିନ୍ନ ପଶୁଙ୍କ ପ୍ରତି ତାଙ୍କର ଯେଉଁ ସ୍ନେହ, ବିଶେଷ କରି କୁକୁରଙ୍କ ପ୍ରତି ତାଙ୍କର ଭଲପାଇବା ତାହା ବୟାନ କରୁଛି । ବିଶେଷ କରି ବୁଲା କୁକୁରମାନଙ୍କ ପାଇଁ ତାଙ୍କର ଯେଉଁ କରୁଣା ଓ କିଛି କରିବାର ଇଚ୍ଛା ସମସ୍ତଙ୍କ ମନରେ ଏକ ପ୍ରେରଣା ଭରିଥିଲା । ଯାହା ବୁଲା କୁକୁରଙ୍କ ପାଇଁ ତାଙ୍କର ବମ୍ବେ ହାଉସର ଟାଟା ଗ୍ରୁପ୍ ମୁଖ୍ୟାଳୟ ଫାଟକ ସବୁବେଳେ ଖୋଲାରହୁଥିବା ଦୃଶ୍ୟରୁ ସ୍ପଷ୍ଟ ହେଉଛି । ସେଠି ବୁଲା କୁକୁରଙ୍କୁ ଯେଉଁଭଳି ଭାବେ ଭିତରକୁ ସ୍ବାଗତ କରାଯାଏ ତାହା ଦେଖିଲେ ଆପଣ ଜାଣିବେ ରତନ ଟାଟା ବ୍ୟକ୍ତିତ୍ବ କିପରି ଥିଲେ । ଏଥିସହିତ ୨୦୧୮ରେ ତାଙ୍କ ମୁମ୍ବାଇ ହାଉସ ରିନୋଭେସନ ବେଳେ ଘରର ଗ୍ରାଉଣ୍ଡ ଫ୍ଲୋରକୁ ସେ କେବଳ ବୁଲା କୁକୁରଙ୍କ ବାସସ୍ଥଳୀ ଭାବେ ତିଆରି କରିଛନ୍ତି । ଯେଉଁଠିକୁ କିଛି ବୁଲା କୁକୁର ନିଜର ସ୍ଥାୟୀ ଘର କରିସାରିଥିବା ବେଳେ କିଛି କିଛି କୁକୁର ପର୍ଯ୍ୟଟକ ଭଳି ଆସିଥାନ୍ତି ।

ତେବେ ସବୁଠୁ ରୋଚକ କଥା ହେଉଛି, ସେ ତାଙ୍କ କୁକୁରକୁ ନିଜର ପରିବାର ଭଳି ଦେଖୁଥିଲେ । ୨୦୧୮ ମସିହାର କଥା ଯେତେବେଳେ ଟାଟାଙ୍କୁ ଲଣ୍ଡନର ସବୁଠୁ ପ୍ରେଷ୍ଟେଜିୟସ ଲାଇଫ ଟାଇମ ଆଚିଭ ମେଣ୍ଟ ଆଓ୍ବାର୍ଡରେ ସମ୍ମାନିତ କରାଯିବା ପାଇଁ ମନୋନୀତ କରାଯାଇଥିଲା । ଏକ ସୁଦକ୍ଷ ଫିଲାନଥ୍ରୋପିକ୍ ଭାବରେ ତାଙ୍କୁ ଲଣ୍ଡନର ବକିଂଗମ୍ ପ୍ୟାଲେସରେ ପ୍ରିନ୍ସ ଚାର୍ଲସଙ୍କ ଠାରୁ ଏହି ସମ୍ମାନ ମିଳିବାର କାର୍ଯ୍ୟକ୍ରମ ରହିଥିଲା । ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା । ହେଲେ ଶେଷ ମୂହୂର୍ତ୍ତରେ ଲଣ୍ଡନ ଯିବାକୁ ମନା କରି ଦେଇଥିଲେ ଟାଟା । କାରଣ ତାଙ୍କର ଅତି ପ୍ରିୟର ପୋଷା କୁକୁର ‘ଟିଟୋ’ (ଏକ ଜରମାନ ସିଫଡ୍) ସେତେବେଳେ ଅସୁସ୍ଥ ହୋଇପଡିଥିଲା । ଟିଟୋ ଦେହ ଖରାପ ଥିବାରୁ ସେ ଦି ଗ୍ରେଟ୍ ଲଣ୍ଡନର ସମ୍ମାନକୁ ମଧ୍ୟ ତା ଆଗରେ ତୁଚ୍ଛ ବୋଲି ମନେ କରିଥିଲେ ।

ଖାଲି ଯେ ପୋଷା କୁକର ତାହା ନୁହେଁ ବୁଲା କୁକୁରଙ୍କ ପାଇଁ ତାଙ୍କ ଦରଦ ହୃଦୟସ୍ପର୍ଶୀ । ତାଙ୍କର ସବୁଠୁ ପ୍ରିୟ ବନ୍ଧୁ ଥିଲା  ‘ଗୋଆ’, ଯିଏକି ଗୋଟେ ଷ୍ଟ୍ରେ କୁକୁର ଥିଲା । ତେବେ ଏହି କୁକୁରର ନାଁକୁ ନେଇ ଟାଟା କହିଥିଲେ, ଗୋଆରୁ ତାଙ୍କ ସହକାରୀଙ୍କ ଗାଡିରେ ଏହି କୁକୁରଟି ମୁମ୍ବାଇ ପଳାଇଆସିଥିଲା । ତେଣୁ ତା ନାଁ ଗୋଆ ରଖାଗଲା । ଖାଲି ସେତିକି ନୁହେଁ ଟାଟା କୁକୁରଙ୍କ ପାଇଁ ବି ବଡ ବଡ ସ୍ବପ୍ନ ବି ଦେଖିଥିଲେ । ସେଥିମଧ୍ୟରୁ ପଶୁଙ୍କ ପାଇଁ ଏକ ଡାକ୍ତରଖାନା ତିଆରି କରିବା ଅନ୍ୟତମ । ଜୁଲାଇ ୨୦୨୩ରେ ମୁମ୍ବାଇ ମହାଲକ୍ଷ୍ମୀରେ ସେ ଏକ ପଶୁ ଚିକିତ୍ସାଳାୟ ଖୋଲିଛନ୍ତି ।

Leave A Reply

Your email address will not be published.