Latest Odisha News

ଚତୁର୍ଥ ଥର ପାଇଁ ବିବାହ କଲେ କି ସଞ୍ଜୟ ଦତ୍ତ?

ମୁମ୍ବାଇ: ବଲିଉଡର ଖଳନାୟକ ବୋଲାଉଥିବା ସଞ୍ଜୟ ଦତ୍ତ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ପୁଣିଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ହୋଇଛି। ନିକଟରେ ସଞ୍ଜୟ ଦତ୍ତ ଗୋରୁଆ ଧୋତି ଏବଂ କୁର୍ତ୍ତା ପିନ୍ଧି ବିବାହ କରୁଥିବା ନଜର ଆସିଛନ୍ତି। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ଫ୍ୟାନ୍ସମାନେ ଭାବୁଛନ୍ତି ଯେ ସେ କାହାକୁ ବିବାହ କରୁଛନ୍ତି।

ନବରାତ୍ରୀର ବିଶେଷ ଉତ୍ସବରେ ସେ ‘ଫେରା’ ନେଉଥିବାର ନଜର ଆସିଛନ୍ତି। ସୂଚନା ଅନୁଯାୟୀ ସେ ଚତୁର୍ଥ ଥର ପାଇଁ ତାଙ୍କ ପତ୍ନୀ ମାନ୍ୟତାଙ୍କୁ ବିବାହ କରୁଥିବା ଦେଖିବାକୁ ମିଳିଛି। ହଠାତ୍ ଏଭଳି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ଫ୍ୟାନ୍ସ।

ଖବର ଅନୁଯାୟୀ ଘରର ରିନୋଭେସନ୍ କାର୍ଯ୍ୟ ସରିବା ପରେ ତାଙ୍କ ଘରେ ପୂଜା ଅନୁଷ୍ଠିତ ହୋଇଥିଲା। ଏଭଳି ସ୍ଥିତିରେ ସେ ଚତୁର୍ଥ ଥର ପାଇଁ ତାଙ୍କ ପତ୍ନୀ ମାନ୍ୟତାଙ୍କ ସହ ‘ଫେରା’ ନେଇଥିଲେ।

ସଞ୍ଜୟ ଦତ୍ତ ୨୦୦୮ ମସିହାରେ ମାନ୍ୟତା ଦତ୍ତଙ୍କୁ ତୃତୀୟ ବିବାହ କରିଥିଲେ। ଉଭୟଙ୍କର ଦୁଇ ଯାଆଁଳା ସନ୍ତାନ ମଧ୍ୟ ଅଛନ୍ତି। ତେବେ ଏହା ପୂର୍ବରୁ ସଞ୍ଜୟ ଦୁଇଥର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ତେବେ ସଞ୍ଜୟଙ୍କର ତିନୋଟି ସନ୍ତାନ ରହିଛନ୍ତି। ତାଙ୍କର ପ୍ରଥମ ବିବାହରୁ ତ୍ରିଶାଲା ନାମକ ଏକ ଝିଅ ରହିଛି।

 

Leave A Reply

Your email address will not be published.