Latest Odisha News

+୨ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ 

ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ + ୨ଆଡମିଶନ ପାଇଁ ଆବେଦନ ପ୍ରକ୍ରିୟା ଅକ୍ଟୋବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୨୭ ପର୍ଯ୍ୟନ୍ତ ଜାରି ରହିବ।

ନଭେମ୍ବର ୧ରେ ମେରିଟ୍ ଏବଂ ୱେଟିଂ ଲିଷ୍ଟ ପ୍ରକାଶିତ ହେବ। ସେହିପରି ନଭେମ୍ବର ୨ରୁ ୫ ପର୍ଯ୍ୟନ୍ତ ସର୍ଟ ଲିଷ୍ଟ ହୋଇଥିବା ଛାତ୍ରଛାତ୍ରୀ ମାନେ ନିଜ ପସନ୍ଦର ଅନୁଷ୍ଠାନରେ ଆବେଦନ କରିପାରିବେ।

ୱେଟିଂ ଲିଷ୍ଟରେ ଥିବା ଛାତ୍ରଛାତ୍ରୀମାନେ ନଭେମ୍ବର ୭ ଓ ୮ରେ ସେମାନଙ୍କ ନାମ ପଞ୍ଜିକରଣ କରିପାରିବେ। ଅନ୍ତିମ ଚୟନ ତାଲିକା ନଭେମ୍ବର ୮ ଅପରାହ୍ନ ୪ଟା ୩୦ମି.ରେ August ପାଇବ। ନଭେମ୍ବର ୧୧ ରୁ ୧୩ ମଧ୍ୟରେ ଆଡମିଶନ ପ୍ରକ୍ରିୟା କରାଯିବ।

ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ଆଡମିଶନ ପାଇଁ ଆବେଦନ କରିନାହାଁନ୍ତି ସେମାନେ ମଧ୍ୟ ଶେଷ ପର୍ଯ୍ୟାୟରେ ନାମ ଲେଖାଇ ପାରିବେ ବୋଲି ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.