Latest Odisha News

ଚମତ୍କାର ପ୍ରଦର୍ଶନ ପରେ ଫ୍ଲେ-ଅଫରେ କୋଣାର୍କ ସୂର୍ଯ୍ୟସ

ଭୁବନେଶ୍ବର: ଚମକିଲା କୋଣାର୍କ ସୂର୍ଯ୍ୟସ୍ ଓଡିଶା। ଶୁକ୍ରବାର ଶ୍ରୀନଗର ସ୍ଥିତ ବାକ୍ସି ଷ୍ଟେଡିୟମରେ ଗୁଜୁରାଟ ଗ୍ରେଟ୍ସକୁ ୭ ୱିକେଟ୍‌ରେ ହରାଇ କୋଣାର୍କ ସୂର୍ଯ୍ୟସ ଓଡିଶା ଲିଜେଣ୍ଡସ୍ ଲିଗ୍ କ୍ରିକେଟ ୨୦୨୪ରେ ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିଛି ।

ତେବେ ଟସ୍ ଜିତି ପ୍ରଥମେ ବୋଲି କରିବାର ନିଷ୍ପତ୍ତି ନେଇ ଧୂଆଁଧାର ପ୍ରଦର୍ଶନ କରିଥିଲା କେଏସଓ । ନିର୍ଦ୍ଧାରିତ ୨୦ ଓଭରରେ ଗୁଜରାଟ ଗ୍ରେଟକୁ ୧୪୧-୮ ରନରେ ସୀମିତ ରଖିଥିଲା |କେଭନ୍ କୁପର ୨୫ରନ ଦେଇ ହ୍ୟାଟ୍-ଟ୍ରିକ୍ ୱିକେଟ୍  ନେଇଥିଲେ l ୧୪୨ ରନ୍ ର ଲକ୍ଷ୍ୟ ପିଛା କରିବା ପାଇଁ ପ୍ରଥମେ ବ୍ୟାଟିଂ  କରିବାକୁ ଆସିଥିଲେ ରିଚାର୍ଡ୍ ଲେଭୀ ଏବଂ ଦିଲ୍ମାନ୍ ମୁନାୱରା । ସେମାନେ ପ୍ରଥମ ୱିକେଟ୍ ପାଇଁ ୬୧ ରନ୍ ଯୋଡ଼ିଥିଲେ ।  ଲେଭୀ ୧୪ ବଲରୁ ୨୫ରେ ସୀକୁଗେ ପ୍ରସାନ୍ନଙ୍କ ସୀକାର ହୋଇଥିଲେ । ମୁନାୱରା ଏବଂ କେଭନ୍ ଓ’ବ୍ରାଇନ୍ ମିଶି ଦ୍ବିତୀୟ ୱିକେଟ୍ ପାଇଁ ୫୬ ରନ୍ କରିଥିଲେ । ମୁନାୱରା ୩୮ ବଲରୁ ୪୭ ରନ୍ କରିଥିଲେ । କେଭନ୍, ବ୍ରାଇନ୍ ଏବଂ ଇରଫାନ୍ ପଠାନ୍ ଶେଷ ପର୍ଯ୍ୟନ୍ତ ରହି ଦଳକୁ ବିଜୟ ସ୍ବାଦ ଚଖାଇଥିଲେ । କେଭନ୍ ୨୬ ବଲରୁ ୪୩ ଏବଂ ଇରଫାନ୍‌ ୬ ବାଲରୁ ୧୯ ରନ୍‌ କରି ନଟ୍ ଆଉଟ୍ ରହିଥିଲେ । ଦଳର ଅଧିନାୟକ ଇରଫାନ୍‌ ପଠାନ ୧୪ ଓଭରର ଶେଷ ବଲରେ ଏକ ବିଶାଳ ୬ ମାରି ଦଳକୁ ବିଜୟ ଦେଇଥିଲେ । ତେବେ ଏହି ମ୍ୟାଚରେ ମ୍ୟାନ ଅଫ୍ ଦି ମ୍ୟାଚ୍ କେଏସଓର ବୋଲର କେଭନ୍ କୁପର

Leave A Reply

Your email address will not be published.