Latest Odisha News

ଦଶହରାରେ ନୂଆ ଫିଲ୍ମର ଘୋଷଣା କଲେ ‘ଗଦର ୨’ ନିର୍ଦ୍ଦେଶକ

ମୁମ୍ବାଇ: ‘ଗଦର ୨’ର ବଡ ସଫଳତା ପରେ ନିର୍ଦ୍ଦେଶକ ଅନିଲ ଶର୍ମା ଅନ୍ୟ ଏକ ଫିଲ୍ମ ସହିତ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ଦଶହରରାର ବିଶେଷ ଉତ୍ସବରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବନବାସ’ ଘୋଷଣା କରିଛନ୍ତି । ଏଥିସହ ‘ବନବାସ’ର ପ୍ରଥମ ଝଲକ ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଇଛି ।

ଏହି ଚଳଚ୍ଚିତ୍ର ଘୋଷଣା କରିବା ସମୟରେ ଅନିଲ ଶର୍ମା ସମସ୍ତଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଛନ୍ତି । ବିଶେଷ କଥା ହେଉଛି ଅକ୍ଟୋବର ୧୨ରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ଆପଣଙ୍କୁ ଫିଲ୍ମର ପ୍ରିଭ୍ୟୁ ମଧ୍ୟ ଦେଖିବାକୁ ମିଳୁଛି । ଫିଲ୍ମର କାହାଣୀ କଳିଯୁଗ ‘ରାମାୟଣ’ ଉପରେ ଆଧାରିତ ହେବାକୁ ଯାଉଛି ।

ଅନିଲ ଶର୍ମା ଏକ ଭିଡିଓ ସହିତ ଏହି ଘୋଷଣା କରି ‘ଅପ୍ନେ ହି ଆପ୍ନୋ କୋ ଅପନୋକୋ ଦେତେ ହେଁ: ବନବାସ’ର ପ୍ରଥମ ଝଲକ ଦେଇଛନ୍ତି, ଯେଉଁଥିରେ କିଛି ସୁନ୍ଦର ଏବଂ ମନକୁ ଛୁଇଁଗଲା ପରି ଚମତ୍କାର ଦୃଶ୍ୟ ରହିଛି । ଭିଡିଓରେ ରାମ ରାମ ଗୀତ ମଧ୍ୟ ଶୁଣିବାକୁ ମିଳୁଛି । ଯାହା ଆପଣମାନଙ୍କୁ ଏହାର ଇଶ୍ୱରୀୟ ଦୁନିଆକୁ ନେବା ପାଇଁ ଯଥେଷ୍ଟ । ସେ ଏହି ଭିଡିଓର କ୍ୟାପସନ୍ ଦେଇଛନ୍ତି, ‘ପରିବାର ପାଇଁ ଏକ ପାରିବାରିକ ଚଳଚ୍ଚିତ୍ର #ବନବାସ । ଦଶହରାରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ।

ଫିଲ୍ମ ‘ବନବାସ’ ଘୋଷଣା କରିଥିବା ପୋଷ୍ଟରେ ଅନିଲ ଶର୍ମା ଅଭିନେତାଙ୍କ ନାମ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ନାନା ପାଟେକର, ଉତ୍କଶ ଶର୍ମା, ସିମରତ କୌର, ଖୁସବୁ ସୁନ୍ଦର ଏବଂ ରାଜପାଲ ଯାଦବ ଅଛନ୍ତି । ସେମାନଙ୍କୁ ପୁଣି ଥରେ ଏକ ମଲ୍ଟିଷ୍ଟାର୍ ଫିଲ୍ମରେ ଦେଖିବାକୁ ମିଳିବ । ‘ବନବାସ’ ବିଷୟରେ ନିର୍ଦ୍ଦେଶକ ଅନିଲ ଶର୍ମା କହିଛନ୍ତି, ‘ରାମାୟଣ ଏବଂ ବନବାସ ସମାନ କାହାଣୀର ଏକ ଭିନ୍ନ ରୂପ ଯେଉଁଠାରେ ପିଲାମାନେ ସେମାନଙ୍କ ପିତାମାତାଙ୍କୁ ବନବାସକୁ ପଠାନ୍ତି । କଳିଯୁଗର ରାମାୟଣ ଯେଉଁଠାରେ ନିଜର ଲୋକ ନିଜ ଲୋକଙ୍କୁ ବନବାସକୁ ପଠାନ୍ତି ।

Leave A Reply

Your email address will not be published.