Latest Odisha News

ପ୍ରସାଦ ଖାଇ ପ୍ରାୟ ୧୫୦ ଅସୁସ୍ଥ

ପୁରୀ: ଦୁର୍ଗା ପୂଜା ଉତ୍ସବରେ ଶନିବାର ଦିନ ପ୍ରସାଦ ସେବନ କରିବା ପରେ ପୁରୀରେ ଅତି କମରେ ୧୫୦ ଲୋକ ଅସୁସ୍ଥ ହୋଇପଡିଛନ୍ତି।

ପୁରୀର ଗୋପ ବ୍ଲକର ଓଟଙ୍ଗା ଗ୍ରାମରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

ଗାଁର ଏକ ପେଣ୍ଡାଲରେ ଅନୁଷ୍ଠିତ ଦୁର୍ଗା ଅଷ୍ଟମୀ ପ୍ରସାଦ ଖାଇବା ପରେ ଭକ୍ତମାନେ ଅସୁସ୍ଥ ହୋଇଥିବା ଜଣାଯାଇଛି। ଅସୁସ୍ଥମାନଙ୍କ ମଧ୍ୟରୁ ପ୍ରାୟ ୩୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟମାନେ ନିଜନିଜ ଘରେ ଚିକିତ୍ସିତ ହେଉଛନ୍ତି।

ଜିଲ୍ଲା ପ୍ରଶାସନ ଏ ବିଷୟରେ ଜାଣିବା ପରେ ଅସୁସ୍ଥ ଲୋକଙ୍କ ସ୍ବାସ୍ଥ୍ଯବସ୍ଥା ତଦାରଖ କରିଛନ୍ତି। ଏଥିସହିତ ବ୍ଲକ ମୁଖ୍ୟାଳୟରୁ ଏକ ସ୍ୱାସ୍ଥ୍ୟ ଦଳ ପଠାଇଥିଲେ।

ଏହା ପରେ ଡାକ୍ତରଙ୍କ ଏକ ଟିମ୍ ଆଜି ସକାଳେ ଓଟଙ୍ଗା ଗ୍ରାମରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିଲେ। ଏହି ଘଟଣାର ତଦନ୍ତ ମଧ୍ଯ ଆରମ୍ଭ କରାଯାଇଛି।

Leave A Reply

Your email address will not be published.