Latest Odisha News

ହଂକଂ ସିକ୍ସେସ ପାଇଁ ଭାରତୀୟ ଦଳର ଘୋଷଣା, ଉଥପ୍ପା ଅଧିନାୟକ

ନୂଆଦିଲ୍ଲୀ: ହଂକଂ ସିକ୍ସେସ କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ରବିନ ଉଥପ୍ପାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଟିନ କ୍ୱାଙ୍ଗ ରୋଡ କ୍ରିକେଟ ଗ୍ରାଉଣ୍ଡରେ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ନଭେମ୍ବର ୧ରୁ ୩ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ସୂଚନାଯୋଗ୍ୟ, ୨୦୧୭ପରେ ହଂକଂ କ୍ରିକେଟ ସିକ୍ସେସ ପୂନର୍ବାର ପ୍ରତ୍ୟାବର୍ତନ କରିଛନ୍ତି । ୧୨ଟି ଦେଶ ଏଥର ଏହି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବେ । କ୍ରିକେଟର ଏହି ଛୋଟ ଫର୍ମାଟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ୱିକେଟକିପର ବ୍ୟତୀତ ଏହି ଫର୍ମାଟରେ ଅନ୍ୟ ସମସ୍ତ ଖେଳାଳି ଗୋଟିଏ ଲେଖାଏଁ ଓଭର ବୋଲିଂ କରିବେ ।

ଏଥର ଭାରତୀୟ ଟିମ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଭାରତ,ପାକିସ୍ତାନ ଓ ୟୁଏଇରେ ପୁଲ ସିରେ ସ୍ଥାନ ପାଇଛନ୍ତି । ନଭେମ୍ବର ୧ରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ମୁକାବିଲା ହେବ । ପୁଲ ଏରେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ହଂକଂ ରହିଥିବା ବେଳେ ପୁଲ ବିରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନେପାଳ ରହିଛନ୍ତି । ପୁଲ ଡିରେ ଶ୍ରୀଲଙ୍କା, ବାଂଲାଦେଶ ଓ ଓମାନ ରହିଛନ୍ତି ।
ଭାରତୀୟ ଦଳ: ରବିନ ଉଥପ୍ପା(ଅଧିନାୟକ), କେଦାର ଯାଦବ, ଷ୍ଟୁଆର୍ଟ ବିନ୍ନି, ମନୋଜ ତିୱାରୀ, ଶାହାବାଜ ନଦୀମ, ଭାରତ ଚିପଲି, ଶ୍ରୀବତ୍ସ ଗୋସ୍ୱାମୀ

Leave A Reply

Your email address will not be published.