Latest Odisha News

ବାବା ସିଦ୍ଦିକ୍‌ଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା: କିଏ ରଚିଲା ଷଡ଼ଯନ୍ତ୍ର, ସାମ୍ନାକୁ ଆସିଲା ସତ

ମୁମ୍ବାଇ: ମୁମ୍ବାଇରେ ଏନ୍‌ସିପିର ବରିଷ୍ଠ ନେତା ବାବା ସିଦ୍ଦିକ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବାବା ସିଦ୍ଦିକ୍‌ଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଏହା ପରେ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଆକ୍ରମଣକାରୀମାନେ ବାଣ ଫୁଟିବାର ସୁଯୋଗ ନେଇ ବାବା ସିଦ୍ଦିକଙ୍କ ଉପରକୁ ଗୁଳି ଚଳାଇଥିଲେ। ଅଭିଯୁକ୍ତମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ।

ଦଶହରା ଅବସରରେ ବାବା ସିଦ୍ଦିକ୍ ତାଙ୍କ ପୁଅ ଜିଶାନଙ୍କ କାର୍ଯ୍ୟାଳୟ ବାହାରେ ଥିଲେ। ସେହି ସମୟରେ ବାଣ ଫୁଟିଥିଲା। ଏହାର ସୁଯୋଗ ଉଠାଉ ତାଙ୍କୁ ହତ୍ୟା କରାଯାଇଥିଲା। ସିଦ୍ଦିକ୍‌ଙ୍କ ପୁଅ ଜିଶାନଙ୍କ କାର୍ଯ୍ୟାଳୟ ନିକଟ ବାନ୍ଦ୍ରା ଖେରୱାଡି ସିଗନାଲରେ ଗୁଳି କରାଯାଇଥିଲା। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅନୁଯାୟୀ, ପଚରାଉଚରା ବେଳେ ଅଭିଯୁକ୍ତମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ। ଅଭିଯୁକ୍ତମାନେ ଗତ ୨୫-୩୦ଦିନ ଧରି ସେହି ଅଞ୍ଚଳରେ ରହୁଥିଲେ। ଏହି ୩ ଅଭିଯୁକ୍ତ ଘଟଣା ପୂର୍ବରୁ ଅଟୋ ଦ୍ୱାରା ବାନ୍ଦ୍ରା ଇଷ୍ଟରେ ପହଞ୍ଚିଥିଲେ, ଯେଉଁଠାରେ ଗୁଳିମାଡ଼ ହୋଇଥିଲା। ବାବା ସିଦ୍ଦିକ୍‌ଙ୍କ ଉପରେ ଗୁଳିମାଡ଼ ପୂର୍ବରୁ ତିନିଜଣ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ।

ପୋଲିସ ସନ୍ଦେହ କରୁଛି ଯେ, ଅନ୍ୟ କେହି ମଧ୍ୟ ଅଭିଯୁକ୍ତଙ୍କୁ ସମସ୍ତ ତଥ୍ୟ ଦେଉଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ କର୍ଣ୍ଣଲ ସିଂ ଏବଂ ଧରମରାଜ କାଶ୍ୟପ । ଦୁର୍ବୃତ୍ତମାନେ ୬ ରାଉଣ୍ଡ ଗୁଳି ଚଳାଇଥିଲେ, ସେଥିରୁ ତିନିଟି ଗୁଳି ସିଦ୍ଦିକ୍‌ଙ୍କ ଦେହରେ ବାଜିଥିଲା। ଦୁଇଟି ଗୁଳି ଛାତିରେ ଏବଂ ଗୋଟିଏ ବୁଲେଟ୍‌ ଶରୀରର ଅନ୍ୟ ଅଙ୍ଗରେ ବାଜିଥିଲା। ମୁମ୍ବାଇ ପୋଲିସ ସୂତ୍ରରୁ ପ୍ରକାଶ ଯେ, ଛାତିରେ ଗୁଳି ବାଜିବା କାରଣରୁ ବାବା ସିଦ୍ଦିକ୍‌ଙ୍କର ମୃତ୍ୟୁ ଘଟିଛି। ସୂଚନାଥାଉକି, ଚଳିତ ବର୍ଷ ଫେବୃଆରୀରେ ବାବା ସିଦ୍ଦିକ୍‌ କଂଗ୍ରେସ ଛାଡ଼ି ଏନ୍‌ସିପି (ଅଜିତ ପାଓ୍ବାର ଦଳ)ରେ ଯୋଗ ଦେଇଥିଲେ। ସେ ଗତ ୪୮ ବର୍ଷ ଧରି କଂଗ୍ରେସରେ ଥିଲେ।

 

Leave A Reply

Your email address will not be published.