Latest Odisha News

ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା: ବଢିଲା ଭାଇଜାନଙ୍କ ସୁରକ୍ଷା

ମୁମ୍ବାଇ: ମୁମ୍ଵାଇର ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଲିଉଡ୍ ର ଭାଇଜାନ ସଲମାନ ଖାନଙ୍କ ସୁରକ୍ଷା ବଢ଼ିଲା । କଡା ସୁରକ୍ଷା ମଧ୍ୟରେ ନଜର ଆସିଲେ ସଲମାନଖାନ । ଅଭିନେତାଙ୍କ ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାହାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି ।

ସଲମାନ ଖାନ ହେଉଛନ୍ତି ବାବା ସିଦ୍ଦିକୀଙ୍କ ଘନିଷ୍ଠ ବନ୍ଧୁ । ବାବା ସିଦ୍ଦିକ୍ଙ୍କୁ ଗୁଳି କରି ହତ୍ୟା କରିବା ମାମଲାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିବା ସୂଚନା ମିଳିଛି । ଗ୍ୟାଙ୍ଗର ଜଣେ ସଦସ୍ୟଙ୍କ ପୋଷ୍ଟ ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଭାଇରାଲ ହେଉଛି । ତେବେ ଘଟଣାରେ ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଏବଂ ଚତୁର୍ଥ ଅଭିଯୁକ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ମୁମ୍ବାଇ ପୋଲିସ ।

ଅନ୍ୟପଟେ, ଦୋଷୀ ଯିଏବି ହେଉ ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନିର୍ଦ୍ଦେଶ ଦେଇଛନ୍ତି ।

 

Leave A Reply

Your email address will not be published.