Latest Odisha News

ଦିଲ୍ଲୀ ପରେ ଗୁଜୁରାଟ ଆଙ୍କଲେଶ୍ୱରରେ ୫ ହଜାର କୋଟିର ଡ୍ରଗ୍ସ ଜବତ

ଗାନ୍ଧୀନଗର: ସାରା ଦେଶରେ ମାଡୁଛି ଧଳା ଜହରର ଚେର। ବାରମ୍ବାର ଚଢାଉ ହେଲେ ମଧ୍ୟ ଥମୁନି ଏହି ରାକେଟ । କିଛି ଦିନ ପୂର୍ବରୁ ଦିଲ୍ଲୀରେ ୫ ହଜାର କୋଟିର ଡ୍ରଗ୍ସ ଜବତ ହୋଇଥିବା ବେଳେ  ଆଜି ଗୁଜରାଟର ଆଙ୍କଲେଶ୍ୱର ସହରରେ ଜବତ ହୋଇଛି ୫ ହଜାର କୋଟିର କୋକେନ। ଦିଲ୍ଲୀ ଓ ଗୁଜରାଟ ପୁଲିସର ମିଳିତ ଚଢାଉରେ ଏହା ଜବତ କରାଯାଇଛି।

ସୂଚନା ଅନୁସାରେ, ଦିଲ୍ଲୀ ଏବଂ ଗୁଜରାଟ ପୋଲିସର ମିଳିତ  ଭାବରେ  ଆଙ୍କଲେଶ୍ୱରର ଆଭକର ଡ୍ରଗ୍ସ ଲିମିଟେଡ୍ କମ୍ପାନୀରେ ଚଢ଼ାଉ କରି ୫୧୮ କେଜିର ଡ୍ରଗ୍ସ ଜବତ କରିଥିଲେ। ଯାହାର ଆନୁମାନିକ ବଜାର ମୂଲ୍ୟ ୫ ହଜାର କୋଟି ହେବା ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ପୂର୍ବେ ଦିଲ୍ଲୀ ପୋଲିସ ୭୦୦ କେଜି କୋକେନ ଜବତ କରିଥିଲା।

Leave A Reply

Your email address will not be published.