Latest Odisha News

BREAKING NEWS

ହେଜବୁଲ୍ଲାର ଡ୍ରୋନ୍ ଆକ୍ରମଣରେ ୪ ଇସ୍ରାଏଲ୍ ସୈନିକ ନିହତ

ଇସ୍ରାଏଲ୍: ଇସ୍ରାଏଲ୍ ଉପରେ ହେଜବୁଲ୍ଲାର ଡ୍ରୋନ୍ ଆକ୍ରମଣରେ ୪ ଜଣ ଇସ୍ରାଏଲ୍ ସୈନିକ ନିହତ ହୋଇଛନ୍ତି। ଏହି ଘଟଣାରେ ୬୦ରୁ ଅଧିକ ସୈନିକ ଆହତ ହୋଇଛନ୍ତି। ଇସ୍ରାଏଲର ସାମରିକ ବେସ୍ ଉପରେ ହୋଇଥିବା ଆକ୍ରମଣ ପାଇଁ ଲେବାନନ୍ ନିଜକୁ ଦାୟୀ କରିଛି।

ସୂଚନା ଅନୁଯାୟୀ, ଡ୍ରୋନ୍ ଆକ୍ରମଣରେ ଇସ୍ରାଏଲ୍ ଡିଫେନସ ଫୋର୍ସ-ଆଇଡିଏଫର ୪ ଜଣ ଯବାନ ସହିଦ ହୋଇଥିବା ଖବର ମିଳିଛି। ଆତଙ୍କବାଦୀ ସଂଗଠନର ଏହା ସବୁଠାରୁ ବଡ଼ ପ୍ରହାର ବୋଲି କୁହାଯାଉଛି।

ଇସ୍ରାଏଲ୍ ରେସକ୍ୟୁ ସର୍ଭିସ କହିଛି ଯେ ବିନ୍ୟାମିନା ସହରରେ ଡ୍ରୋନ୍ ଆକ୍ରମଣରେ ପ୍ରାୟ ୬୦ଜଣ ଆହତ ହୋଇଛନ୍ତି। ଇସ୍ରାଏଲର ଗଣମାଧ୍ୟମ ଅନୁଯାୟୀ, ହେଜବୁଲ୍ଲା ଆକ୍ରମଣ ପୂର୍ବରୁ କୌଣସି ଜରୁରୀକାଳୀନ ସାଇରନ ଦେଇନଥିଲା।

 

Leave A Reply

Your email address will not be published.