Latest Odisha News

୯ ବର୍ଷ ପରେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ପାକିସ୍ତାନ ଗସ୍ତ, ୨୪ ଘଣ୍ଟିଆ ଗସ୍ତକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ପୂର୍ବରୁ ଇସଲାମାବାଦରେ ହୋଇଥିବା ବିରୋଧ ପାକିସ୍ତାନର ଶହବାଜ ସରକାରଙ୍କ ନିଦ ଉଡାଇ ଦେଇଥିଲା। ଏପରିକି ମୁଖ୍ୟ ବିରୋଧୀ ଦଳର ଶତାଧିକ ସମର୍ଥକଙ୍କୁ ଗିରଫ କରାଯାଇଥିଲା। ତେବେ ମଙ୍ଗଳବାର ଏଠାରେ ସରକାରଙ୍କ ପାଇଁ ଏକପ୍ରକାର ଆଶ୍ୱସ୍ତି ମିଳିଛି। କଡ଼ା ସୁରକ୍ଷା ମଧ୍ୟରେ ଏଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଏହାର ବିରୋଧ ପ୍ରତ୍ୟାହାର କରିନେଇଛି। ପାକିସ୍ତାନରେ ଆୟୋଜିତ ହେଉଥିବା SCO ସମ୍ମିଳନୀରେ ଯୋଗ ଦେବେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ୯ ବର୍ଷ ପରେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ପାକିସ୍ତାନ ଗସ୍ତ। ଜୟଶଙ୍କରଙ୍କର ଏହି ୨୪ ଘଣ୍ଟିଆ ଗସ୍ତକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ଦୀର୍ଘ ବର୍ଷ ଧରି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଏହା ହେଉଛି ଭାରତର ପ୍ରଥମ ଉଚ୍ଚସ୍ତରୀୟ ପାକିସ୍ତାନ ଗସ୍ତ। ଇସଲାମାବାଦରେ ପହଞ୍ଚିବା ପରେ ଜୟଶଙ୍କର ଏସସିଓ ସଦସ୍ୟ ଦେଶମାନଙ୍କୁ ସ୍ୱାଗତ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦ୍ୱାରା ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବେ। ଏଥିସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସହ ସେ ରାତ୍ରୀ ଭୋଜନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଦୀର୍ଘ ବର୍ଷ ଧରି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଭାରତର ପ୍ରଥମ ଉଚ୍ଚସ୍ତରୀୟ ପାକିସ୍ତାନ ଗସ୍ତ। ଗସ୍ତ ଅବସରରେ ଜୟଶଙ୍କର ଏବଂ ପାକିସ୍ତାନୀ ପ୍ରତିପକ୍ଷ ଇଶାକ ଡାରଙ୍କ ମଧ୍ୟରେ କୌଣସି ଦ୍ବିପାକ୍ଷିକ ବୈଠକକୁ ଉଭୟ ପକ୍ଷ ପ୍ରତ୍ୟାଖ୍ୟାନ କରିଛନ୍ତି । ପୂର୍ବରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ସୁଷମା ସ୍ବରାଜ ଶେଷ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲେ। ୨୦୧୫ ଡିସେମ୍ବରରେ ଆଫଗାନିସ୍ତାନ ସମ୍ପର୍କିତ ଏକ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଇସଲାମାବାଦ ଗସ୍ତ କରିଥିଲେ।

ଆଜିଠାରୁ ପାକିସ୍ତାନ ଦୁଇ ଦିନିଆ ଏସସିଓ କାଉନସିଲ୍ ଅଫ୍ ହେଡସ୍ ଅଫ୍ ସରକାରୀ (CHG) ବୈଠକ ଆୟୋଜନ କରୁଛି। ଗତ ବର୍ଷ ଅକ୍ଟୋବରରେ ବିସ୍କେକ୍‌ରେ ଅନୁଷ୍ଠିତ ବୈଠକରେ ଇସଲାମାବାଦ ଏସସିଓ ସିଏଚଜିର ଅଧ୍ୟକ୍ଷତା ଗ୍ରହଣ କରିଥିଲେ। CHG ବୈଠକରେ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଅଧ୍ୟକ୍ଷତା କରିବେ। ଦୁଇ ଦିନିଆ ବୈଠକରେ ଅର୍ଥନୀତି, ବାଣିଜ୍ୟ, ପରିବେଶ ଏବଂ ସାମାଜିକ-ସାଂସ୍କୃତିକ ସମ୍ପର୍କ କ୍ଷେତ୍ରରେ ଚାଲିଥିବା ସହଯୋଗ ଉପରେ ଆଲୋଚନା ହେବ ଏବଂ ସଂଗଠନର କାର୍ଯ୍ୟଦକ୍ଷତା ସମୀକ୍ଷା କରାଯିବ।

ଗତ କିଛି ବର୍ଷ ଧରି ଦୁଇ ପଡୋଶୀ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଭାରତରୁ ପାକିସ୍ତାନକୁ ଏହା ପ୍ରଥମ ଉଚ୍ଚ ସ୍ତରୀୟ ଗସ୍ତ ହେବ।ଜୟଶଙ୍କରଙ୍କ ପାକିସ୍ତାନ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଜୟଶଙ୍କର ନିକଟରେ କହିଥିଲେ ଯେ, ‘ଯେ କୌଣସି ପଡୋଶୀ ଦେଶ ପରି ଭାରତ ମଧ୍ୟ ପାକିସ୍ତାନ ସହ ଭଲ ସମ୍ପର୍କ ରିଖିବାକୁ ଚାହିଁବ। କିନ୍ତୁ, ସୀମା ଆତଙ୍କବାଦକୁ ଅଣଦେଖା କରି ଏହା କରାଯାଇପାରିବ ନାହିଁ।’

ପ୍ରାୟ ନଅ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଗସ୍ତ କରିବେ। ଜୟଶଙ୍କର ୨୪ ଘଣ୍ଟାରୁ ବି କମ୍ ସମୟ ପାକିସ୍ତାନରେ ରହିବେ। ଏହାପୂର୍ବରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ସୁଷମା ସ୍ୱରାଜ ଶେଷ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲେ। ୨୦୧୫ ଡିସେମ୍ବରରେ ଆଫଗାନିସ୍ତାନ ସମ୍ପର୍କିତ ଏକ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଇସଲାମାବାଦ ଯାଇଥିଲେ।

Leave A Reply

Your email address will not be published.