Latest Odisha News

ବିଷ୍ଣୋଇ ସମ୍ପ୍ରଦାୟ ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ କଳା ହରିଣ? ସଲମାନ ଓ ଲରେନ୍ସ ମଧ୍ୟରେ ଚାଲିଛି ଛକାପଞ୍ଝା

ମୁମ୍ବାଇ: ୧୯୯୮ ମସିହାରେ ଫିଲ୍ମ ‘ହମ ସାଥ ସାଥ ହୈ’ର ସୁଟିଂ ସମୟରେ ଅଭିନେତା ସଲମାନ ଖାନଙ୍କ ସମେତ କିଛି ସେଲିବ୍ରିଟି କୃଷ୍ଣସାର ମୃଗକୁ ଶୀକାର କରିଥିବା ଅଭିଯୋଗ ଆସିଥିଲା। ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି। ଏହି ଘଟଣାରେ ବିଷ୍ଣୋଇ ସମାଜ ମଧ୍ୟରେ ବ୍ୟାପକ କ୍ରୋଧ ସୃଷ୍ଟି କରିଥିଲା। କାରଣ ଯେଉଁମାନେ କଳା ହରିଣକୁ ଅଧିକ ସମ୍ମାନ କରନ୍ତି ସେମାନଙ୍କୁ ଏହା ଆଘାତ ଲାଗିଛି। ଏହି ସମ୍ପ୍ରଦାୟର ସଦସ୍ୟମାନେ ସଲମାନ ଖାନଙ୍କୁ ବିରୋଧ କରିଥିଲେ।

ସଲମାନ ଖାନ ଏବଂ ଲରେନ୍ସ ମଧ୍ୟରେ ଦୀର୍ଘ ଦିନ ହେବ ଚାଲିଛି ଛକାପଞ୍ଝା ।  ଶତ୍ରୁତାର କାରଣ କୃଷ୍ଣସାର ହରିଣ ହତ୍ୟା ମାମଲା । ଲରେନ୍ସ ଚାହୁଁଛି ସଲମାନ ଖାନ କ୍ଷମା ମାଗନ୍ତୁ । ମାତ୍ର ଭାଇଜାନ ନିଜ ଜିଦରେ ଅଟଳ । ଯେତେବେଳେ ସେ କୌଣସି ଅପରାଧ କରିନାହାନ୍ତି କାହିଁକି ମକ୍ଷା ମାଗିବେ ବୋଲି ପ୍ରଶ୍ନ କରିଛନ୍ତି । ଫଳରେ ଗ୍ୟାଙ୍ଗଷ୍ଟର ନିଜ ଅନ୍ଦାଜରେ ଓ୍ବାଣ୍ଟେଡ୍ ବଏକୁ ଜୀବନରୁ ମାରିଦେବାକୁ ବାରମ୍ବାର ଯୋଜନା କରୁଛି ।

ଏହି ସମୟରେ ବିଷ୍ଣୋଇ ସମାଜ ସଲମାନ ଖାନଙ୍କୁ କ୍ଷମା କରିବେ କି ବୋଲି ପ୍ରଶ୍ନ ଉଠିଲାଣି। ଅଖିଳ ଭାରିତୀୟ ବିଷ୍ଣୋଇ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେବେନ୍ଦ୍ର ବୁଦିଆ କହିଛନ୍ତି ଯେ ଏହି ୨୭ବର୍ଷ ପୁରୁଣା ମାମଲାରେ ବିଷ୍ଣୋଇ ସମ୍ପ୍ରଦାୟ ସଲମାନ ଖାନଙ୍କୁ କ୍ଷମା କରିପାରନ୍ତି। ସମାଜର ଜ୍ଞାନୀ ଲୋକମାନେ ଏକାଠି ବସି ନିଷ୍ପତ୍ତି ନେଇପାରନ୍ତି, ଯଦି ସଲମାନ ଖାନ ତାଙ୍କ ମନକୁ ଆସନ୍ତି ଏବଂ ନିଜର ଭୁଲକୁ ସ୍ବୀକାର କରନ୍ତି ଏବଂ କ୍ଷମା ମାଗନ୍ତି, ତେବେ ବିଷ୍ଣୋଇ ସମାଜ ଏହାର ୨୯ ନିୟମ ଅନୁଯାୟୀ କ୍ଷମା କରିପାରେ।

ଦେବେନ୍ଦ୍ର ବୁଦିଆ କହିଛନ୍ତି ଯେ ବିଷ୍ଣୋଇ ସମାଜର ୨୯ଟି ନିୟମ ମଧ୍ୟରେ ଏହି ବ୍ୟବସ୍ଥା ଦଶମ ନିୟମରେ ଅଛି। ତ୍ରୁଟି ହେଲେ କ୍ଷମା ପାଇଁ ଏକ ବ୍ୟବସ୍ଥା ଅଛି । ଆମର ଧାର୍ମିକ ଗୁରୁ ପ୍ରଭୁ ଜାମ୍ବେଶ୍ୱରଜୀଙ୍କ ଦ୍ୱାରା ପ୍ରସ୍ତୁତ ୨୯ ଟି ନିୟମର ବ୍ୟବସ୍ଥା ମଧ୍ୟରେ ଏପରି ଏକ ନିୟମ ଅଛି ଯେଉଁଥିପାଇଁ ଯଦି କେହି କୌଣସି ଅପରାଧ କରିଥିବେ ତେବେ ଆମେ ତାଙ୍କ ଉପରେ ଦୟା କରି ତାଙ୍କୁ କ୍ଷମା କରିପାରିବା।

Leave A Reply

Your email address will not be published.