Latest Odisha News

BREAKING NEWS

କିଏ ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ? ସିଏମ ରେସ୍‌ରେ ଏହି ୩ ଜଣଙ୍କ ନାଁ

ଚଣ୍ଡିଗଡ: ତୃତୀୟ ଥର ପାଇଁ ହରିୟାଣାରେ ବିଜେପି ସରକାର ଗଠନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ୟାବିନେଟର ଚେହେରା ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଏଭଳି ପରିସ୍ଥିତିରେ ଆଜି ବୁଧବାର (ଅକ୍ଟୋବର ୧୬) ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପି ବିଧାନସଭା ପାର୍ଟିର ଏକ ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ନେତା ନିର୍ବାଚିତ ହେବେ। ଏହି ବୈଠକ ପାଇଁ ଅମିତ ଶାହା ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।

ଏହି ବୈଠକ ସକାଳ ୧୧ ଟାରେ ପଞ୍ଚକୁଲାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ବିଧାନସଭା ଦଳର ବୈଠକ ପରେ ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ଥିର ହେବ। ବିଜେପିର ବିଜୟ ପରେ ଅନିଲ ବିଜୟ ଏବଂ ରାଓ ଇନ୍ଦରଜିତ ସିଂଙ୍କ ନାମ ସିଏମ ପଦ ପାଇଁ ଆଲୋଚନା ହେଉଛି।

ମୁଖ୍ୟମନ୍ତ୍ରୀ ପଦ ପାଇଁ ତିନୋଟି ଦାବିଦାରୀ ହେତୁ ଅମିତ ଶାହା ନିଜେ ପର୍ଯ୍ୟବେକ୍ଷକ ଭୂମିକାରେ ଅଛନ୍ତି। ତେଣୁ ଏଥିରେ କୌଣସି ବିଶୃଙ୍ଖଳା ନହୁଏ ସେଥିପାଇଁ ଆଜି ବୈଠକରେ ନିଷ୍ପତ୍ତି ନିଆଯିବ କିଏ ହେବେ ହରିୟାଣାର ପରବର୍ତ୍ତୀ ମଖ୍ୟମନ୍ତ୍ରୀ। ତେବେ ପଞ୍ଚକୁଲା ନିର୍ବାଚନ ସମୟରେ ଅମିତ ଶାହା କହିଥିଲେ ଯେ ନୟବ ସିଂ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।

Leave A Reply

Your email address will not be published.