Latest Odisha News

BREAKING NEWS

୬ଟି ରବି ଫସଲ ଉପରେ ଏମଏସପି ବଢାଇଲେ ସରକାର

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ରବି ଫସଲଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି ପ୍ରସ୍ତାବ ଉପରେ ମୋହର ବାଜିଛି । ୨୦୨୫-୨୬ ସିଜିନ ପାଇଁ ବିଭିନ୍ନ ପ୍ରକାରର ରବି ଫସଲର ଏମଏସ୍‌ପି ବୃଦ୍ଧି କରାଯାଇଛି ।

ଏଥିରେ ଗହମ କୁଇଣ୍ଟାଲ ପିଛା ୧୫୦ ଟଙ୍କା, ସୋରିଷ ୩୦୦ ଟଙ୍କା ପ୍ରତି କୁଇଣ୍ଟାଲ ବୃଦ୍ଧି କରାଯାଇଛି । ଚଣା କୁଇଣ୍ଟାଲ ପିଛା ୨୧୦ ଟଙ୍କା ବୃଦ୍ଧି ପାଇ ୫୬୫୦ ଟଙ୍କା ହୋଇଛି। ଏହାବାଦ ମସୁର ଉପରେ ୨୭୫ ଟଙ୍କା ପ୍ରତି କୁଇଣ୍ଟାଲ ବୃଦ୍ଧିପାଇ ୬୭୦୦ ଟଙ୍କା ପ୍ରତି କୁଇଣ୍ଟାଲ ହୋଇଛି । ସୂର୍ଯ୍ୟମୁଖୀ ଉପରେ କୁଇଣ୍ଟାଲ ପିଛା ୧୪୦ ଟଙ୍କା ବୃଦ୍ଧି ପାଇ ୫୯୪୦ ଟଙ୍କା ହୋଇଛି ।

ସେହିପରି କୁସୁମ ଉପରେ ସରକାର ୧୪୦ ଟଙ୍କା ବୃଦ୍ଧି କରିବା ଫଳରେ ଚାଷୀମାନେ ଏବେ କୁସୁମ କୁଇଣ୍ଟାଲ ପ୍ରତି ୫୯୪୦ ଟଙ୍କାରେ ବିକ୍ରି କରିବେ ।

Leave A Reply

Your email address will not be published.