Latest Odisha News

BREAKING NEWS

ଭିଆଇପିଙ୍କୁ ଆଉ ସୁରକ୍ଷା ଦେବେନି ଏନଏସଜି କମାଣ୍ଡୋ

ନୂଆଦିଲ୍ଲୀ: ଦେଶର ଭିଆଇପିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏନଏସଜି କମାଣ୍ଡୋଙ୍କୁ ହଟାଇ ଦିଆଯିବ । ସେମାନଙ୍କ ସ୍ଥାନରେ ଏବେ ସିଆରଏଫ୍ କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ । ତେବେ ଏନଏସଜି କମାଣ୍ଡ କେବଳ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ନିୟୋଜିତ ହେବେ । ଏହି ଆଦେଶ ଆସନ୍ତା ମାସରୁ କାର୍ଯ୍ୟକାରୀ ହେବ ।

ରିପୋର୍ଟ ଅନୁଯାୟୀ, ସଂସଦ ସୁରକ୍ଷାରୁ ଅବସର ନେଇଥିବା ସିଆରପିଏଫ୍ ଜବାନମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇ ଭିଆଇପି ସିକ୍ୟୁରିଟି ୱିଙ୍ଗକୁ ପଠାଯାଇଛି । ଏଥିପାଇଁ ଏକ ନୂତନ ବାଟାଲିୟନ ମଧ୍ୟ ଗଠନ କରାଯାଇଛି । ଏହି ଜବାନମାନଙ୍କୁ ଭିଆଇପିଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯିବ । ବର୍ତ୍ତମାନ ସମୟରେ ୯ ଜଣ ଭିଆଇପି ଅଛନ୍ତି । ଏହି ଭିଆଇପି ମାନଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ପାଇଛନ୍ତି ।

ଏହି ୯ ଜଣ ଭିଆଇପିଙ୍କ ମଧ୍ୟରେ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଏସପି ସୁପ୍ରିମୋ ମାୟାବତୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏଲ୍.କେ ଆଡଭାନୀ, ସରବାନନ୍ଦ ସୋନୋୱାଲ, ରମଣ ସିଂ, ଗୁଲାବ ନବୀ ଆଜାଦ, ଫାରୁକ ଅବଦୁଲ୍ଲା, ଚନ୍ଦ୍ରବାବୁ ନାଇଡୁ ।

Leave A Reply

Your email address will not be published.