Latest Odisha News

BREAKING NEWS

କେଉଁ ଆସନରୁ ପ୍ରାର୍ଥୀ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ?

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଦେଖାଦେଇଛି ରାଜନୈତିକ ଝଡ। ନିର୍ବାଚନ ପ୍ରସ୍ତୁତି ପ୍ରସଙ୍ଗରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ହରିୟାଣା ବିଜୟ ପରେ ବେଶ ଉତ୍ସାହିତ ବିଜେପି। ଝାଡଖଣ୍ଡରେ ବିଜେପି ଭଲ ପ୍ରଦର୍ଶନ କରିବା ସହ ସରକାର ଗଠନ କରିବ  ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଦାବି କରିଛନ୍ତି।ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ହୋଇଥିବା ସେ କହିଛନ୍ତି।

ଦଳ ପକ୍ଷରୁ ଖୁବ ଶୀଘ୍ର ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯିବ। ଏହାପରେ ସେ ନିଜ ପ୍ରାର୍ଥିତ୍ଵକୁ ନେଇ ଉତ୍ତର ରଖିଥିଲେ। ଦଳ ମୋତେ ଯେଉଁଠାରୁ ନିର୍ବାଚନ ଲଢ଼ିବାକୁ କହିବ, ସେଠାରୁ ନିର୍ବାଚନ ଲଢ଼ିବି। ଝାଡ଼ଖଣ୍ଡର ଯେ କୌଣସି ସ୍ଥାନରୁ ମୁଁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ, ନିର୍ବାଚନ ପାଇଁ ଦଳ ସର୍ବଦା ପ୍ରସ୍ତୁତ ଥାଏ  ବୋଲି ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡି କହିଛନ୍ତି । ଆମେ ୩୬୫ ଦିନ ନିରନ୍ତର କାର୍ଯ୍ୟ କରିବା ସହ ଲୋକଙ୍କ ସହିତ ରହିଛୁ।

Comments are closed.