Latest Odisha News

BREAKING NEWS

ନିଜ୍ଜାର ହତ୍ୟା ମାମଲାରେ କାନାଡ଼ା ପାଖରେ ନାହିଁ ପ୍ରମାଣ: ବଦଳିଲା ଜଷ୍ଟିନ ଟ୍ରୁଡୋଙ୍କ ଆଭିମୁଖ୍ୟ

ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ଚରମ ଚିକ୍ତତା ଦେଖିବାକୁ ମିଳିଛି। ଏହାରି ଭିତରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସ୍ୱୀକାର କରିଛନ୍ତି ଯେ କାନାଡା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟାକୁ ନେଇ ତାଙ୍କ ସରକାର ଭାରତକୁ ପ୍ରକୃତ ପ୍ରମାଣ ଦେଇନାହାଁନ୍ତି। ଭାରତ ସରକାର କାନାଡାର ୬ ଜଣ ହାଇକମିଶନରଙ୍କୁ ବହିଷ୍କାର କରିବା ପରେ ଜଷ୍ଟିନ ଟ୍ରୁଡୋଙ୍କ ଆଭିମୁଖ୍ୟ ବଳିଛି।

ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜାର ହତ୍ୟା ମାମଲାରେ କାନାଡା ସରକାର ଭାରତକୁ ବାରମ୍ବାର ଦାୟୀ କରି ଆସୁଥିଲା। ଏହା ପରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ତିକ୍ତତା ବଢିଥିଲା। କିନ୍ତୁ ନିଜ୍ଜାର ହତ୍ୟାରେ ଭାରତର ସମ୍ପୃକ୍ତି ବାବଦରେ ତାଙ୍କ ପାଖରେ କୌଣସି ଠୋସ୍ ପ୍ରମାଣ ନାହିଁ ବୋଲି ଟ୍ରୁଡୋ ଖୋଦ ସ୍ୱୀକାର କରିଛନ୍ତି। ସେ କେବଳ ଗୁପ୍ତଚର ସୂଚନାକୁ ଆଧାର କରି ଅଭିଯୋଗ କରିଥିବା କହିଛନ୍ତି। ଟ୍ରୁଡୋଙ୍କ ଏପରି ବୟାନ ପରେ କଡ଼ା ଜବାବ ଦେଇଛି ଭାରତ। ଭାରତ ପୂର୍ବରୁ ଯାହା କହି ଆସୁଥିଲା ତାହା ପ୍ରମାଣିତ ହୋଇଛି ବୋଲି ଭାରତ ସରକାର କହିଛନ୍ତି।

ଅନ୍ୟପଟେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହୁଯାଇଛି ଯେ, କାନାଡା ସରକାର ବିନା କୌଣସି ଠୋସ୍ ପ୍ରମାଣରେ ନିଜ୍ଜାର ହତ୍ୟାକୁ ନେଇ ଭାରତ ଉପରେ ଅଭିଯୋଗ କରିଆସୁଥିବା ନିଜେ ସ୍ୱୀକାର କରିଛନ୍ତି। ଆମେ ଏହି ଅଭିଯୋଗକୁ ବାରମ୍ବାର ଖଣ୍ଡନ କରିଆସିଛୁ, ଶେଷରେ କାନାଡା ପ୍ରଧାନମନ୍ତ୍ରୀ ଲଗାଇଥିବା ଅଭିଯୋଗ ପ୍ରମାଣ ବିହୀନ ବୋଲି ନିଜେ ମାନିଛନ୍ତି।

Comments are closed.