Latest Odisha News

BREAKING NEWS

ନାଳ ନିକଟରୁ ମାଆ-ଝିଅର ଖପୁରି ଓ କଙ୍କାଳ ଉଦ୍ଧାର! ହତ୍ୟା ସନ୍ଦେହରେ ୨ ଅଟକ

ଭଦ୍ରକ: ବାସୁଦେବପୁର ବ୍ଲକ ଲୁଣାବନ୍ଧ ନାଳ ନିକଟରୁ ଖପୁରି, କଙ୍କାଳ ଓ କିଛି ଦାନ୍ତ ଉଦ୍ଧାର କଲା ପୋଲିସ। ୫୯ ବର୍ଷ ବୟସ୍କା ମହିଳା ଏବଂ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ନାଳ ନିକଟରୁ ଖପୁରି ଓ କଙ୍କାଳ ଉଦ୍ଧାର। ଭଦ୍ରକ ଜିଲ୍ଲା ନାୟକାଣୀଡ଼ିହି ଥାନା ପାଞ୍ଚଘେରିଆ ଗାଁ ନାଳରେ ଗତକାଲି ପାଣି ନିଷ୍କାସନ ହେଉନଥିବାରୁ ଜେସିପି ସାହାଯ୍ୟରେ ନାଳ ଖୋଳା ଯାଉଥିଲା । ସେହି ସମୟରେ ନାଳରୁ ଏକ ବସ୍ତା ବାହାରିଥିଲା ।

ଉକ୍ତ ବସ୍ତାରୁ ଖପୁରି, କଙ୍କାଳ ଓ ଦାନ୍ତ ଜବତ ହୋଇଛି। ତେବେ ଖପୁରି କଙ୍କାଳ କାହାର ସ୍ପଷ୍ଟ ହୋଇନାହିଁ। ହତ୍ୟା ସନ୍ଦେହରେ ୨ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି। ସୂଚନା ଅନୁଯାୟୀ, ଗତ ମାସ ୨୭ ତାରିଖ ବଡହାବେଲିସାହି ପଞ୍ଚାଘେରିଆ ଗାଁରେ ମାଆ ଓ ଝିଅ ସୁଭଦ୍ରା ଯୋଜନାର ଫର୍ମ ପକାଇବାକୁ ବାଲିମୁଣ୍ଡା ବଜାରକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇ ଚଳିତ ମାସ ୩ ତାରିଖରେ ଥାନାରେ ଅଭିଯୋଗ କରିଥିଲେ।

ନିଖୋଜ ଦୁଇ ଜଣ ହେଲେ ହାବାଲିସାହି ଗ୍ରାମର ମାଆ ଯମୁନା ସାମଲ ଓ ଝିଅ କୌଶଲ୍ୟା ଗାଇନ। ଏହି ଘଟଣା ସନ୍ଦେହରେ ନିଖୋଜ ମହିଳାଙ୍କ ଦୁଇ ଜ୍ୱାଇଁଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି। ହେଲେ ଉକ୍ତ ଖପୁରି ଓ କଙ୍କାଳ କାହାର ସ୍ପଷ୍ଟ ହୋଇନାହିଁ। ଏହି ଖପୁରି ଓ କଙ୍କାଳ ନିଖୋଜ ମାଆ ଓ ଝିଅର ହୋଇଥିବା ଲୋକେ ସନ୍ଦେହ କରାଯାଉଛି।

Comments are closed.