Latest Odisha News

ଧନତେରାସ ପୂର୍ବରୁ ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା ଦର

ନୂଆଦିଲ୍ଲୀ: ସମସ୍ତ ରେକର୍ଡ ଭାଙ୍ଗିଲା ସୁନା ଦର । ଆଜି ସୁନା ଦର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କାରେ ପହଞ୍ଚିଛି । କ୍ରମାଗତ ଅଳଙ୍କାର କ୍ରୟ ହେତୁ ଦିଲ୍ଲୀର ବଜାରରେ ସୁନା ମୂଲ୍ୟ ବୁଧବାର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କା ମୂଲ୍ୟରେ ପହଞ୍ଚିଛି । ଗତ ବାଣିଜ୍ୟ ଅଧିବେଶନରେ ସୁନା ୧୦ ଗ୍ରାମ ପିଛା ୭୮,୬୫୦ ଟଙ୍କାରେ ରହିଥିଲା ।

୨୪ କ୍ୟାରେଟ୍ ସୁନା ହାର କେତେ?

୯୯.୫ ପ୍ରତିଶତ ଶୁଦ୍ଧତାର ୨୪ କ୍ୟାରେଟ୍ ସୁନା ୨୫୦ ଟଙ୍କାକୁ ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୭୮,୫୦୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି । ଏହାର ପୂର୍ବ ମୂଲ୍ୟ ୧୦ ଗ୍ରାମ ପିଛା ୭୮,୨୫୦ ଟଙ୍କା ଥିଲା ।

ରୁପା ଦରରେ ମଧ୍ୟ ଏକ ହଜାର ଟଙ୍କା ବୃଦ୍ଧି

ରୁପା ଦର ଏକ ହଜାର ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ଏବ ୯୩,୫୦୦ ଟଙ୍କାରେ ପହଞ୍ଚିଥିବାବେଳେ, ମଙ୍ଗଳବାର ଦିନ ଏହା କିଲୋଗ୍ରାମରେ ୯୨,୫୦୦ ଟଙ୍କାରେ ପହଞ୍ଚିଥିଲା । ତେବେ ଶିଳ୍ପ ୟୁନିଟ୍ ଏବଂ ରୂପା ମୁଦ୍ରା ନିର୍ମାତାମାନଙ୍କ ଦ୍ୱାରା ନୂତନ କ୍ରୟ ହେତୁ ରୂପା ର ଚମକ ମଧ୍ୟ ବୃଦ୍ଧି ପାଉଛି ।

 

Leave A Reply

Your email address will not be published.