Latest Odisha News

କାଳିଆକୁ ଶେଷ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଷ୍ଟ୍ରେଚରରେ ପହଞ୍ଚିଲେ କର୍କଟ ରୋଗୀ

ପୁରୀ: ଭକ୍ତ ଏବଂ ଭଗବାନଙ୍କର ମଧ୍ୟରେ ଥିବା ସମ୍ପର୍କ ସତରେ ବେଶ୍ ନିଆରା । ଆଉ ଏହାକୁ ସାଧାରଣତଃ ସମସ୍ତଙ୍କ ପକ୍ଷେ ବୁଝିବା ସମ୍ଭବପର ହୋଇନଥାଏ । ଏଭଳି ଏକ ଭକ୍ତିମିୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀରେ । ଆଜି ସକାଳେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଜଣେ କର୍କଟ ରୋଗୀ ଷ୍ଟ୍ରେଚରରେ ଶୋଇଥିବା ଦେଖିବାକୁ ମିଳିଛି । ଏହାସହ ସେ ତୁଣ୍ଡରେ ଅନବରତ ‘ଜୟ ଜଗନ୍ନାଥ’ ଜପ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

କର୍କଟ ରୋଗ ସହ ଲଢୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଯାଜପୁର ଜିଲ୍ଲ କୁଆଖିଆର ବାସିନ୍ଦା ବିଜୟ କୁମାର ତରାଇ । ସେ କର୍କଟ ରୋଗର ଶେଷ ସମୟରେ ଗତି କରୁଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି । ତାଙ୍କ ପାଖରେ ଆଉ ଅଧିକ ଦିନ ନାହିଁ । ତେଣୁ ସେ ପ୍ରଭୁଙ୍କୁ ଶେଷ ଦର୍ଶନ କରିବାକୁ ଆସିଥିଲେ ।

ବିଜୟ ତାଙ୍କ ପରିବାର ଲୋକଙ୍କୁ କହିଥିଲେ ଯେ, ସେ ତାଙ୍କ ଜୀବନର ଶେଷ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବହାକୁ ଚାହାଁନ୍ତି । ତେଣୁ ସେ ଆଜି ତାଙ୍କ ପରିବାର ଲୋକଙ୍କ ସହ ଏକ ଷ୍ଟ୍ରେଚରରେ ଶୋଇ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ । ହେଲେ ଷ୍ଟ୍ରେଚରକୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନ ଥିବାରୁ ସେ ସିଂହଦ୍ବାରରେ ପ୍ରଭୁଙ୍କୁ ନିଜ ଶେଷ ଇଛା ଜଣାଇଥିଲେ ।

ତେବେ ଏହି ଦୃଶ୍ୟ ବେଶ ହୃଦୟସ୍ପର୍ଶକ ଥିଲା ଆଉ ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତଙ୍କ ଆଖି ଲୁହରେ ଭରିଯାଇଥିଲା । ଆଉ ସମସ୍ତେ ବିଜୟଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

Leave A Reply

Your email address will not be published.