Latest Odisha News

ବଦଳିଲା ୟୁଟ୍ୟୁବର ଏହି ନିୟମ, ଏବେଠାରୁ ହେବ ଭଲ ରୋଜଗାର

ନୂଆଦିଲ୍ଲୀ: ୧୫ ଅକ୍ଟୋବରରୁ ବଦଳିଲା ୟୁଟ୍ୟୁବ୍‌ର ନିୟମ। ୟୁଟ୍ୟୁବ୍‌ ନିଜ ସର୍ଟ୍ସ ଫିଚର୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍‌ର ଘୋଷଣା କରିଛି। ଏଣିକି ୩ ମିନିଟ୍‌ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍‌ କରିବା ନେଇ ଅନୁମତି ମିଳିଛି। ୟୁଟ୍ୟୁବ୍‌ ସର୍ଟ୍ସରେ ବର୍ତ୍ତମାନ ୩ ମିନିଟ୍‌ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍‌ କରି ପାରିବେ। ପ୍ରଥମେ କେବଳ ୧ ମିନିଟ୍‌ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍‌ କରିପାରୁଥିବା ବେଳେ ଏବେ ସମୟ ସୀମା ବୃଦ୍ଧି କରାଯାଇଛି ।

୧୫ ଅକ୍ଟୋବର ୨୦୨୪ରୁ କ୍ରିଏଟରଙ୍କୁ ୩ ମିନିଟ୍‌ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍‌ କରିପାରିବେ। ୟୁଟ୍ୟୁବ୍‌ କହିଛି, ଲୋକଙ୍କ ଚାହିଦା ଅନୁଯାୟୀ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଫଳରେ ଭିଡିଓ କରୁଥିବା ବ୍ୟକ୍ତି ବିଶେଷ (କ୍ରିଏଟର) ସେମାନଙ୍କ କାହାଣୀକୁ ଭଲ ଭାବେ ଉପସ୍ଥାପନ କରି ପାରିବେ। କ୍ରିଏଟରଙ୍କ ଭିଡିଓ ଭଲ ଭାବେ ଦେଖାଯିବା ସହ ଦର୍ଶକଙ୍କ ପାଇଁ ଭିଡିଓ ପ୍ରତି ଧ୍ୟାନ ଦେବା ସହଜ ହେବ। ୟୁଟ୍ୟୁବ୍ ବ୍ୟବହାରକାରୀମାନେ ବର୍ତ୍ତମାନ ଯେକୌଣସି କ୍ଷୁଦ୍ର ଭିଡିଓକୁ ରିମିକ୍ସ କରିପାରିବେ।

ଏଥିପାଇଁ ଆପଣଙ୍କୁ ସେହି ଭିଡିଓରେ ରିମିକ୍ସ ଉପରେ କ୍ଲିକ୍ କରିବାକୁ ପଡିବ। ଆପଣ ସେହି ଭିଡିଓ ବ୍ୟବହାର କରି ଏକ ନୂତନ ଭିଡିଓ ସୃଷ୍ଟି କରିପାରିବେ ଏବଂ ଏଥିରେ ଆପଣଙ୍କର ସଙ୍ଗୀତ କିମ୍ବା ଆପଣଙ୍କ ସ୍ୱର ଯୋଡିପାରିବେ। ୟୁଟ୍ୟୁବ୍ କହିଛି ,ଶୀଘ୍ର ସର୍ଟସ୍ କ୍ୟାମେରା ସହିତ ୟୁଟ୍ୟୁବରେ ଭିଡିଓର ଛୋଟ ଅଂଶଗୁଡିକୁ ନେଇପାରିବେ। ଏହା ସହିତ ନିଜର ପ୍ରିୟ ଭିଡିଓ କିମ୍ବା ମ୍ୟୁଜିକ୍ ଭିଡିଓରୁ କିଛି ଅଂଶ ନେଇ ନିଜର ନୂତନ ଭିଡିଓ କରିପାରିବ। ବର୍ତ୍ତମାନ ଭିଡିଓରେ ଭିନ୍ନ ଭିନ୍ନ ଭିଡିଓ କ୍ଲିପ୍ ଯୋଡି ପାରିବେ।

Leave A Reply

Your email address will not be published.