Latest Odisha News

ରୋହିତଙ୍କ ବୟାନ ପରେ ସ୍ପଷ୍ଟ ହେଲା ପନ୍ତଙ୍କ ଆଘାତ ସମସ୍ୟା କେତେ ଗୁରୁତର

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତର ୱିକେଟ କିପର ରିଷଭ ପନ୍ତ ଆହତ ହୋଇଛନ୍ତି । ୩୭ତମ ଓଭରରେ ରବୀନ୍ଦ୍ର ଜାଡେଜାଙ୍କ ଏକ ବଲ ତାଙ୍କ ଆଂଠୁରେ ବାଜିଥିଲା । ଏହା ପରେ ପନ୍ତ ପ୍ରବଳ ଯନ୍ତ୍ରଣା ଅନୂଭବ କରିଥିଲେ, ଫିଜିଓ ସହ ସେ ପଡିଆ ଛାଡିଥିଲେ । ମ୍ୟାଚ ପରେ ଅଧିନାୟକ ରୋହିତ ଶର୍ମା ତାଙ୍କ ଆଘାତ ସମସ୍ୟା ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଦୂର୍ଭାଗ୍ୟପୂର୍ଣ୍ଣ ଭାବେ ଯେଉଁ ଗୋଡରେ ପନ୍ତଙ୍କ ଅପରେଶନ ହୋଇଥିଲା ସେହି ଗୋଡରେ ବଲ ବାଜିଥିବାରୁ ସମସ୍ତେ ଚିନ୍ତାରେ ପଡି ଯାଇଥିଲେ ।

ମାତ୍ର ରିପୋର୍ଟ ଆସିବା ପରେ ଏହା ଚିନ୍ତାଜନକ ନୁହେଁ ବୋଲି ଜଣାପଡିଛି । ଯେତେ ଦୂର ସମ୍ଭବ ଗତକାଲି ସେ ଫିଟ ହୋଇ ପଡିଆକୁ ଆସିବେ ବୋଲି ରୋହିତ କହିଛନ୍ତି । ଏହି ଟେଷ୍ଟରେ ଭାରତ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ମାତ୍ର ୪୬ ରନରେ ଅଲଆଉଟ ହୋଇଯାଇଛି । ପନ୍ତ ସର୍ବାଧିକ ୨୦ ରନ କରିଥିଲେ ।

Leave A Reply

Your email address will not be published.