Latest Odisha News

BREAKING NEWS

ଫେକ୍ କଲ୍ ସେଣ୍ଟର ଠାବ ଘଟଣା: ରିମାଣ୍ଡରେ ଯିବେ ୬ ସାଇବର ଠକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଫେକ୍ କଲ୍ ସେଣ୍ଟର ଠାବ ଘଟଣା l ଗିରଫ ୬ ସାଇବର ଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ପୋଲିସ l ସାରା ଦେଶରେ ଠକେଇର ତଦନ୍ତ ପାଇଁ ଗଠନ ହୋଇଛି ସ୍ପେଶାଲ ଟିମ୍ l ଟିମ୍‌ରେ ସାଇଣ୍ଟିଫିକ୍ ଓ ଟେକ୍ନିକାଲ୍ ଅଫିସର୍ ସାମିଲ୍‌ ହୋଇଛନ୍ତି l

ସୂଚନା ଅନୁସାରେ, ଗତ ୧୬ ଅକ୍ଟୋବରରେ ଭୁବନେଶ୍ବର ସୁନ୍ଦରପଦାରେ ଫେକ୍ କଲ୍ ସେଣ୍ଟର ଠାବ କରିଥିଲା କମିଶନରେଟ ପୋଲିସ l ଉକ୍ତ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ l ଗତକାଲି ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ କମିଶନରେଟ ପୋଲିସ ଆବେଦନ କରିଥିବା ବେଳେ କୋର୍ଟ ୩ ଦିନିଆ ରିମାଣ୍ଡପାଇଁ ଅନୁମତି ଦେଇଛି l ଅନୁମତି ମିଳିବା ପରେ କୋଲକାତା ଯାଇ ତଦନ୍ତ ଆରମ୍ଭ କରିବ ସ୍ପେଶାଲ ଟିମ୍ l

ତେବେ ପୋଲିସର ସୂଚନା ଅନୁସାରେ, ସଫ୍ଟୱେର ପ୍ରଡକ୍ଟ ବା ଆଣ୍ଟି ଭାଇରସ ଅପଲୋଡ୍ କରିବାକୁ କହି ଆମେରିକାର କିଛି ଲୋକଙ୍କୁ ମଧ୍ୟ ଚୁନା ଲଗାଇଥିଲେ ଏହି ଠକ । ଗିରଫ ୬ ଅଭିଯୁକ୍ତ ମାନେ ବେଶ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱର ସୁନ୍ଦରପଦାର କାଞ୍ଚନ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାର ଏକ ଫ୍ଲାଟରେ ଫେକ୍ କଲ ସେଣ୍ଟର ଚଲାଇଥିଲେ।

Leave A Reply

Your email address will not be published.