Latest Odisha News

ଭୁଲ ଭୁଲୈୟା ୪ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଅନୀସ-କାର୍ତିକ ଯୋଡି

ମୁମ୍ବାଇ: ଭୁଲ ଭୁଲୈୟା ୨ର ସଫଳତା ପରେ ନିର୍ଦ୍ଦେଶକ ଅନୀସ ବଜମୀ ଓ ଅଭିନେତା କାର୍ତିକ ଆର୍ଯ୍ୟନ ପୂନର୍ବାର ଏକତ୍ର ହୋଇଛନ୍ତି । ରିପୋର୍ଟ ମୁତାବକ ଭୁଲ ଭଲୈୟା ୩ର ସଫଳତା ନେଇ ଉଭୟ ନିଶ୍ଚିତ ଥିବାରୁ ଏହାର ପରବର୍ତୀ ସଂସ୍କରଣ ପାଇଁ ସେମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଭୁଲ ଭୁଲୈୟା ୩ରେ ୨ଟି ମଂଜୁଲିକାର ଭୟ ଦେଖିବାକୁ ମିଳିବ । ନିର୍ମାତା ଟି ସିିରିଜ ମଧ୍ୟ ଭୁଲ ଭୁଲେୟା ୨ ତୁଳନାରେ ଏହାର ତୃତୀୟ ସଂସ୍କରଣ ଅଧିକ ବ୍ୟବସାୟ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଦୀପାବଳୀରେ ରିଲିଜ ହେବାକୁ ଥିବା ଏହି ସଂସ୍କରଣରେ କାର୍ତିକଙ୍କ ସହ ବିଦ୍ୟା ବାଲାନ, ମାଧୂରୀ ଦିକ୍ଷୀତ ଓ ତୃପ୍ତି ଡିମରି ଅଭିନୟ କରୁଛନ୍ତି ।

୪ର୍ଥ ସଂସ୍କରଣ ପାଇଁ ଭଲ ସ୍କ୍ରିପ୍ଟ ମିଳି ଯାଇଥିବାରୁ ଆଉ ବିଳମ୍ବ କରିବା ଉଚିତ ନୁହେଁ ବୋଲି ଅନୀସ କହିଛନ୍ତି । କାର୍ତିକଙ୍କ ମଧ୍ୟ ଏହା ପସନ୍ଦ ଆସିଛି । ହୀରୋ ଭାବେ କାର୍ତିକ ଚୂଡାନ୍ତ ହୋଇ ସାରିଥିବା ବେଳେ ଖୁବ ଶୀଘ୍ର ହୀରୋଇନ ଏବଂ ଅନ୍ୟ କଳାକାର ଚୟନ କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ତୃତୀୟ ସଂସ୍କରଣ ପାଇଁ କାର୍ତିକଙ୍କୁ ୪୮ରୁ ୫୦ କୋଟି ଦିଆ ଯାଇଥିବା ଅନୁମାନ କରାଯାଉଛ । ଚତୁର୍ଥ ସଂସ୍କରଣ ପାଇଁ ସେ ପୂନର୍ବାର ମୋଟା ଅଙ୍କର ଅର୍ଥ ପାଇବେ ।

Leave A Reply

Your email address will not be published.