Latest Odisha News

BREAKING NEWS

ଝାରପଡ଼ା ଜେଲ୍‌ ର ବିଚାରାଧୀନ କଏଦୀର ମୃତ୍ୟୁ; ପରିବାରଲୋକଙ୍କ ହତ୍ୟା ଅଭିଯୋଗ

ଭୁବନେଶ୍ବର: ଝାରପଡା ଜେଲରେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଛି । ମୃତକ କଏଦୀ ଜଣକ ହେଲା ବିଦ୍ୟାଧର ଗୁରୁ । ଆଜି ସକାଳୁ ବିଦ୍ୟାଧର ଗୁରୁଙ୍କ ସ୍ୱାସ୍ଥ୍ୟ ଖରାପ ଏବଂ କ୍ୟାପିଟାଲ ହସ୍ପିଟାଲ ଚିକିତ୍ସା ପାଇଁ ନିଆଯାଇଥିବା ନେଇ ତାଙ୍କ ସ୍ତ୍ରୀଙ୍କୁ ଜେଲ ପକ୍ଷରୁ ସୂଚନା ଦିଆଯାଇଥିଲା ।

ହେଲେ ହସ୍ପିଟାଲରେ ଚିକିତ୍ସା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି । ତେବେ ପରିବାର ପକ୍ଷରୁ ବିଦ୍ୟାଧର ଗୁରୁଙ୍କୁ ହତ୍ୟା କରାଯଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୫ରେ ବ୍ରାଉନସୁଗାର ମାମଲାରେ ଏକ୍ସସାଇଜ ଥାନା ଗିରଫ କରିଥିଲା । ଆଜି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.