Latest Odisha News

କେନ୍ଦ୍ରମନ୍ତ୍ରୀ ବାନ୍ଦି ସଞ୍ଜୟ କୁମାର ଗିରଫ

ହାଇଦ୍ରାବାଦ:  ଗିରଫ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ବାନ୍ଦି ସଞ୍ଜୟ କୁମାର।  ହାଇଦ୍ରାବାଦର ଚିକ୍କାଡପଲ୍ଲୀ ସ୍ଥିତ ଅଶୋକ ନଗରରେ ତେଲେଙ୍ଗାନା ଲୋକ ସେବା ଆୟୋଗ ଅଧିନସ୍ଥ ଗ୍ରୁପ୍ ୧ ସର୍ଭିସର ପ୍ରାର୍ଥୀଙ୍କ ସହ ମିଶି ବିକ୍ଷୋଭ କାରଣରୁ ତାଙ୍କୁ ଗିରଫ କରିଛି ତେଲେଙ୍ଗାନା ପୋଲିସ। ସେ ପ୍ରାର୍ଥୀମାନଙ୍କ ସହ ଏହି ପରୀକ୍ଷା ବାତିଲ ଓ ହାଇଦ୍ରାବାଦରେ ଏକ ଧାରଣା ଆୟୋଜନ କରିଥିଲେ। ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ଥ ରେଡ୍ଡୀଙ୍କ କାର୍ଯ୍ୟାଲୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା।

କିଛିଦିନ ପୂର୍ବେ କେନ୍ଦ୍ରମନ୍ତ୍ରୀ ବାନ୍ଦି ସଞ୍ଜୟ କୁମାର ମଦ୍ରାସା ବିରୋଧରେ ବିସ୍ଫୋରକ ବୟାନ ଦେଇଥିଲେ। ମଦ୍ରାସାଗୁଡ଼ିକ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏବଂ ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା ସେ ଅଭିଯୋଗ କରିଥିଲେ। ସେ ହାଇଦ୍ରାବାଦର ଜାମିକୁଣ୍ଟା ସ୍ଥିତ ଶ୍ରୀ ବିଦ୍ୟାନରଣ୍ୟ ଆବାସ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂତନ ହଷ୍ଟେଲର ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ।

 

Leave A Reply

Your email address will not be published.