Latest Odisha News

ସବୁ ତହସିଲ ଅଫିସରେ ରହିବ ରେଜିଷ୍ଟର, ମାର୍କ ଦେବେ ସାଧାରଣ ଜନତା: ରାଜସ୍ଵ ମନ୍ତ୍ରୀ

ଝାରସୁଗୁଡ଼ା: ରାଜସ୍ୱ ବିଭାଗ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ମୂଲ୍ୟାୟନ କରାଯିବ।  ମାର୍କ  ଦେବେ ସାଧାରଣ ଜନତା। ଝାରସୁଗୁଡ଼ାରେ ଆଜି ଏଭଳି ବୟାନ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଝାରସୁଗୁ଼ଡ଼ାରେ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଜସ୍ୱମନ୍ତ୍ରୀ ଏପରି କହିଛନ୍ତି।  ରାଜ୍ୟର ସବୁ ତହସିଲ ଅଫିସ, ସବ ରେଜିଷ୍ଟ୍ରର ଅଫିସ ଓ ରାଜସ୍ୱ ସେବା ଦିଆଯାଉଥିବା ସମସ୍ତ ଅଫିସରେ ରେଜିଷ୍ଟର ରହିବ ଏବଂ ଲୋକେ ଏଥିରେ ମାର୍କ ଦେବେ।

ସେ ଆହୁରି କହିଛନ୍ତି, ଅଫିସକୁ ଆସୁଥିବା ସାଧାରଣ ଜନତା ଅଧିକାରୀଙ୍କୁ ମୋଟ୍ ୧୦ରୁ କେତେ ମାର୍କ ଦେବେ ସେମାନେ ନିଷ୍ପତ୍ତି ନେବେ। ଉଭୟ ଅଫଲାଇନ୍ ଓ ଅନ୍ ଲାଇନରେ ଲୋକେ ଏହି ମାର୍କ ଦେଇପାରିବା କଥା ସେ କହିଛନ୍ତି। ଯେଉଁ ଅଧିକାରୀ ବାରମ୍ବାର ୧୦ ମାର୍କରୁ କମ୍ ନମ୍ବର ପାଇବେ, ତାଙ୍କ ସଂପର୍କରେ ବିଭାଗ ଚିନ୍ତା କରିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.