Latest Odisha News

BREAKING NEWS

ଇତିହାସରେ ପ୍ରଥମ: ରିଲିଜ୍ ପୂର୍ବରୁ ୯୦୦ କୋଟି ରୋଜଗାର କଲା ‘ପୁଷ୍ପା-୨’

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ଫିଲ୍ନକୁ ନେଇ ଦିନକୁ ଦିନ ବଢିବାରେ ଲାଗିଛି କ୍ରେଜ୍ । ଡିସେମ୍ବର ୬ରେ ଫିଲ୍ମଟି ରିଲିଜ ହେବାକୁ ଥିବାବେଳେ ଏହା ପୂର୍ବରୁ ଫିଲ୍ମଟି ରୋଜଗାର କରିଛି ୯୦୦ ।

ନଭେମ୍ବର ପ୍ରଥମ ସପ୍ତାହରେ ଫିଲ୍ମର କାମ ଶେଷ ହେବା ପରେ ଆରମ୍ଭ ହେବ ବଡ ଧରଣର ପ୍ରୋମସନ । ଓଟିଟି ପ୍ଲାଟଫର୍ମ ଓ ସାଟେଲାଇଟ୍ ରାଇଟ୍ସ ୨୭୦ କୋଟି ଟଙ୍କାରେ ଡିଲ୍ ହୋଇଛି । ସେହିପରି ୬୫୦ କୋଟି ଟଙ୍କାରେ ବିକ୍ରି ହୋଇଛି ଫିଲ୍ମର ଥିଏଟ୍ରିକାଲ ରାଇଟ୍ସ । ପୁଷ୍ପା-୨ର ଓଟିଟି ରାଇଟ୍ସ ନେଟଫ୍ଲିକ୍ସକୁ ମିଳିଛି, ଯେଉଁଠି ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ଼ ଓ ମାଲାୟଲମ ୫ଟି ଭାଷାରେ ଫିଲ୍ମ ଦେଖି ପାରିବେ ୟୁଜର୍ସ ।

ଗତ ଏପ୍ରିଲରେ ଫିଲ୍ମର ଟିଜର ରିଲିଜ ହୋଇଥିବାବେଳେ ଖୁବଶୀଘ୍ର ଫିଲ୍ମର ଟ୍ରେଲର ରିଲିଜ ହେବ । ପୂର୍ବରୁ ଏହାର ଦୁଇଟି ଗୀତ ବି ରିଲିଜ ହୋଇଯାଇଛି । ଉଭୟ ଗୀତକୁ ବେଶ ଲାଇକ କରିଛନ୍ତି ଦର୍ଶକ ।

Comments are closed.