Latest Odisha News

BREAKING NEWS

ମିଡିଲ୍ ଇଷ୍ଟ ବିୟୁଟି ପିଜାଣ୍ଟରେ ଚମକିଲେ ଓଡିଶାର ଆରାଧନା ଦାସ

ଦୁବାଇ: ଦୁବାଇରେ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ବିୟୁଟି ପିଜାଣ୍ଟର ଦ୍ୱିତୀୟ ସିଜିନ୍ ଫାଇନାଲରେ ୨ୟ ରନର୍ ଅପ୍ ମୁକୁଟ ପିନ୍ଧିଛନ୍ତି ଓଡିଶାର ଆରାଧନା ଦାସ।

ମିଡିଲ୍ ଇଷ୍ଟରେ ଭାରତୀୟ ବିବାହିତ ମହିଳାମାନଙ୍କ ପାଇଁ ପ୍ରଥମଥର ପାଇଁ ଏହି ବିୟୁଟି ପିଜାଣ୍ଟ ୨୦୨୩ ମସିହାରେ ଆରମ୍ଭ ହୋଇଥିଲା। ଏହି ପିଜାଣ୍ଟର ଦ୍ୱିତୀୟ ସିଜନ୍ ଚଳିତ ବର୍ଷ ସେପ୍ଟେମ୍ବର ୮ ରେ ଦୁବାଇରେ ଆୟୋଜିତ ହୋଇଥିଲା।

ମିଡିଲ୍ ଇଷ୍ଟ ଏବଂ ଭାରତର ବିଭିନ୍ନ ପ୍ରାନ୍ତରୁ ବିବାହିତ ମହିଳାମାନେ ଆସି ସେମାନଙ୍କ ପ୍ରତିଭା, ଦକ୍ଷତା, ବୁଦ୍ଧି ଏବଂ ସାଂସ୍କୃତିକ ପରିଚୟ ପ୍ରଦର୍ଶନ କରିବାକୁ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।

Comments are closed.