Latest Odisha News

ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ୩ ଜଣ ପ୍ରବାସୀ ଶ୍ରମିକ ମୃତ୍ୟୁ ଘଟିଛି । ନିର୍ମାଣାଧୀନ ଟନେଲ ନିକଟରେ ଏହି ଆକ୍ରମଣ ହୋଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛି ।

ଅନ୍ୟପଟେ, ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୩ ଜଣ ସମସ୍ତେ ଜମ୍ମୁ ଓ କଶ୍ମୀର ବାହାରର ଶ୍ରମିକ ବୋଲି ସୂଚନା ମିଳିଛି ।

ଆତଙ୍କବାଦୀଙ୍କ ଦ୍ୱାରା ଅନରାଜ୍ୟ ଲୋକଙ୍କୁ ହତ୍ୟା ଘଟଣା ଏହି ଅଞ୍ଚଳରେ ଚିନ୍ତା ବଢ଼ାଇ ଦେଇଛି । କିଛିଦିନ ତଳେ ସୋପିଆଁରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ପ୍ରବାସୀ ଶ୍ରମିକ ନିହତ ହୋଇଥିଲା । ଚଳିତ ମାସ ଆରମ୍ଭରେ ଅନନ୍ତନାଗ ଜିଲାରେ ଆତଙ୍କବାଦୀମାନେ ଅପହରଣ କରିବା ପରେ ଜଣେ ଭାରତୀୟ ସେନା ସୈନିକଙ୍କ ଗୁଳି କରି ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.