Latest Odisha News

ଋଷ ଉପରେ ୧୦୦ରୁ ଅଧିକ ରକେଟ୍ ମାଡ଼

କିଭ୍: ଋଷର ପଶ୍ଚିମାଞ୍ଚଳରେ ୟୁକ୍ରେନ ୧୦୦ରୁ ଅଧିକ ଡ୍ରୋନ ଆକ୍ରମଣ କରିଥିବା ଜଣାପଡିଛି।

ଋଷର ଅଧିକାରୀମାନେ ଦାବି କରିଛନ୍ତି ଯେ ଋଷର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ୟୁକ୍ରେନ ଡ୍ରୋନ୍କୁ ଧ୍ବଂସ କରିଦିଆଯାଇଛି। ଏହାର ପ୍ରତି ଜବାବରେ ୟୁକ୍ରେନର କ୍ରିଭି ରିହ ସହର ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି ଋଷ। ଏହି ଆକ୍ରମଣରେ ୧୭ଜଣ ଆହତ ହୋଇଥିବା ଖବର ରହିଛି।

ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗତକାଲି ରାତିରେ ଋଷର ସାତୋଟି ଅଞ୍ଚଳ ଉପରେ ମାଡ଼ ହେବାକୁ ଥିବା ୧୧୦ଟି ଡ୍ରୋନ୍କୁ ଖସାଇ ଦିଆଯାଇଛି। ଅଧିକାଂଶ ଡ୍ରୋନ୍ ଋଷର ସୀମାବର୍ତ୍ତୀ କୁର୍ସ୍କ ସହରକୁ ଟାର୍ଗେଟ କରାଯାଇଥିଲା, ଯେଉଁଠାରେ ୪୩ ଡ୍ରୋନ୍ କୁ ମାରି ଖସାଇ ଦିଆଯାଇଥିବା ସୂଚନା ମିଳିଛି।

ଅପରପକ୍ଷରେ ସ୍ଥାନୀୟ ପ୍ରଶାସନର ମୁଖ୍ୟ ଆଲେକ୍ସଜାଣ୍ଡାର୍ ୱିଲ୍କୁଲ କହିଛନ୍ତି ଯେ ଶନିବାର ସନ୍ଧ୍ୟାରେ ହୋଇଥିବା ଆକ୍ରମଣରେ ଘର ଏବଂ ଶିଳ୍ପାଞ୍ଚଳ କମ୍ପ୍ଲେକ୍ସ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେପ୍ଟେମ୍ବର ଶେଷରେ ହୋଇଥିବା ସମାନ ଆକ୍ରମଣରେ ସାତଟି ଅଞ୍ଚଳରେ ୧୨୫ ଡ୍ରୋନ ଧ୍ୱଂସ କରାଯାଇଥିବା ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି।

ତେବେ ୟୁକ୍ରେନ ବାୟୁସେନା କହିଛି ଯେ ଋଷ ଗୋଟେ ରାତିରେ ୪୯ଟି ଡ୍ରୋନ୍ ଏବଂ ଦୁଇଟି ଇସ୍କାଣ୍ଡର-ଏମ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ୟୁକ୍ରେନ ୩୧ ଋଷିଆ ଡ୍ରୋନ୍ କୁ ମାରି ତଳକୁ ଖସାଇ ଦେଇଥିବା ଜେଲେନସ୍କି ପ୍ରକାଶ କରିଥିଲେ।

Leave A Reply

Your email address will not be published.