Latest Odisha News

ହବିଷ୍ୟାଳୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପ୍ରଦାନ କଲେ ଏହି ସବୁ ସାମଗ୍ରୀ

ପୁରୀ: ପୁରୀରେ ବୃନ୍ଦାବତୀ ନିବାସ ହବିଷ୍ୟାଳୀ ଶିବିର ପରିଦର୍ଶନ କରିବା ସହ ବୃନ୍ଦାବତୀ ନିବାସ ଶିବିରରେ ଆନୁସଙ୍ଗିକ ବ୍ୟବସ୍ଥାର ସମୀକ୍ଷା ସହ ବ୍ରତଧାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କୁ ହୁଳହୁଳି ଦେଇ ସ୍ବାଗତ କରିଥିଲେ ବ୍ରତଧାରୀ ହବିଷ୍ୟାଳୀ ।

ମୁଖ୍ୟମନ୍ତ୍ରୀ ହବିଷ୍ୟାଳି ମାଆ ମାନଙ୍କୁ ପାଦ ଛୁଇଁ ମୁଣ୍ଡିଆ ମାରି ଆଶୀର୍ବାଦ ନେବାପରେ ଦୀପ ପ୍ରଜ୍ୱଳନ ହୋଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ଶିବିରରେ ମାଆ ମାନଙ୍କ ଆଗରେ ନିଜର କଥା ରଖିଥିଲେ ମୁଖ୍ୟମନ୍ତ୍ରୀ

ଏହି ଅବସରରେ ମାଆ ମାନଙ୍କୁ ଶୀତ ବସ୍ତ୍ର, ଜପା ମାଳି ଓ ଭୋଗ ଇତ୍ୟାଦି ସମ୍ବଳିତ ଏକ କିଟ୍ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ସେହିଭଳି ପୁରୀରେ ଲାଇଟ ହାଉସ କଁନକ୍ଲେଭରେ ମଧ୍ୟ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଦୁଇ ଦିନିଆ ଲାଇଟ୍ ହାଉସ କାର୍ଯ୍ୟକ୍ରମରେ ଯୋଗଦେଇ ବିକାଶ ପାଇଁ ପର୍ଯ୍ୟଟନର ଅବଦାନ ବିଷୟରେ ମତ ରଖିଛନ୍ତି ।

ପୁରୀରେ ଦେଖୋ ଅପନା ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଲାଇଟ୍ ହାଉସ କନ୍ କ୍ଲେଭରେ ଏହି କାର୍ଯ୍ୟକ୍ରମରେ ଯୋଗ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ମାଧ୍ୟମରେ ଲାଇଟ୍ ହାଉସର ମହତ୍ ସଂରଚନା ଗୁଡ଼ିକର ସମୃଦ୍ଧ ସଂସ୍କୃତି, ମହତ୍ତ୍ବ ପ୍ରତି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାରେ ଏହି ଫେଷ୍ଟିଭାଲ ପ୍ରଥମ ଥର ହେଉଥିବା ବେଳେ ଗୋଆ ପରେ ଏହା ସମଗ୍ର ଭାରତ ବର୍ଷରେ ଦ୍ଵିତୀୟ ଉତ୍ସବ ଅଟେ ।

ଅକ୍ଟୋବର ୧୯ ରୁ ୨୦ ତାରିଖ ଦୁଇ ଦିନ ଧରି ଚାଲୁଥିଲା ଏହି କାର୍ଯ୍ୟକ୍ରମ । କେନ୍ଦ୍ର ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଦେଖୋ ‘ଆପ୍ନା ଦେଶ’ କାର୍ଯ୍ୟକ୍ରମ ଅନ୍ତର୍ଗତ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟ ସହିତ ଏହା ଅନୁରୂପ ଅଟେ ଯାହା ଭାରତର ସ୍ୱତନ୍ତ୍ର ଲାଇଟହାଉସକୁ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବ ଏହି କାର୍ଯ୍ୟକ୍ରମ ମାଧ୍ୟମରେ । ଯେଉଁଥିରେ ସେମାନେ ପର୍ଯ୍ୟଟନର ଆଶା ପୁରଣ କରିପାରିବା ସହ ସ୍ଥାନୀୟ ଅର୍ଥନୀତିକୁ ଶକ୍ତି ଯୋଗାଇ ପାରିବ ।

Leave A Reply

Your email address will not be published.