Latest Odisha News

BREAKING NEWS

ଦୀପାବଳି ପୂର୍ବରୁ ବିଗୁଡୁଛି ରାଜଧାନୀର ଏକ୍ୟୁଆଇ

ନୂଆଦିଲ୍ଲୀ: ଦିଲ୍ଲୀରେ ଦୀପାବଳିର ଏକ ସପ୍ତାହ ପୂର୍ବରୁ ବିଗିଡିଲାଣି ବାୟୁ ଗୁଣବତ୍ତା (ଏକ୍ୟୁଆଇ)। ସୋମବାର ଦିନ ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ନିମ୍ନଶ୍ରେଣୀ’ କୁ ଖସି ଆସିଛି।

ସଫାର-ଇଣ୍ଡିଆ ତଥ୍ୟ ଅନୁଯାୟୀ ରାଜଧାନୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୦ରୁ ଅଧିକ ରେକର୍ଡ କରିଛି।

ସୋମବାର ସକାଳେ ଘନ କୁହୁଡି ଯୋଗୁଁ ଦିଲ୍ଲୀର ଅନେକ ଅଞ୍ଚଳ  ରେ ଏକ୍ୟୁଆଇ ୩୦୭ରେ ପହଞ୍ଚିଥିଲା।

ସର୍ବନିମ୍ନ ତାପମାତ୍ରା ୨୦.୪ ଡିଗ୍ରୀ ସେଲସିୟସ୍ ଥିଲା। ସେହିପରି ସୋମବାର ସର୍ବାଧିକ ତାପମାତ୍ରା ୩୫.୮ ଡିଗ୍ରୀ ସେଲସିୟସରେ ପହଞ୍ଚିବାର ସମ୍ଭାବନା ରହିଥିଲା।

ତେବେ ଦିଲ୍ଲୀରେ ବାୟୁ ଗୁଣବତ୍ତା ହ୍ରାସର ଏକ ପ୍ରମୁଖ କାରଣ ହେଉଛି ପଞ୍ଜାବ ଏବଂ ହରିୟାଣା ଭଳି କୃଷି ପ୍ରାଧାନ୍ଯ ରାଜ୍ୟରେ ନଡ଼ା ଜଳିବା। ଯାହା ଫଳରେ ପ୍ରତ୍ୟେକ ଶରତରେ ବହୁ ପରିମାଣର ଧୂଆଁ ଏବଂ ବାୟୁମଣ୍ଡଳରେ କଣିକାମାନ ଭରିଯାଏ।

Leave A Reply

Your email address will not be published.