Latest Odisha News

ଆସୁଛି ବାତ୍ୟା; ସ୍କୁଲ ଛୁଟିକୁ ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’ ପୁରୀ-ବାଲେଶ୍ୱର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ରହିପାରେ ବୋଲି ପୂର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ବାତ୍ୟା ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇପାରେ । ୨୪ ଓ ୨୫ ତାରିଖକୁ ପ୍ରବଳ ବର୍ଷା ହୋଇପାରେ ।

ତେବେ ବାତ୍ୟା ପାଇଁ ସ୍କୁଲ ବନ୍ଦ ହେବ କି ନାହିଁ, ତାହା ଜିଲ୍ଲାପାଳ ନିଷ୍ପତ୍ତି ନେବେ । ଜିଲ୍ଲାପାଳମାନଙ୍କୁ ଏଥିପାଇଁ ଅଧିକାର ଦିଆଯାଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ମନ୍ତ୍ରୀ କହିଛନ୍ତି, ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନେ ସ୍କୁଲ ନିଷ୍ପତ୍ତି ନେବେ । ଯେଉଁଠି ଆବଶ୍ୟକ ପଡ଼ିବ, ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିବେ ।

Leave A Reply

Your email address will not be published.