Latest Odisha News

ଏନକାଉଣ୍ଟରରେ ୫ ନକ୍ସଲ ନିହତ

ନୂଆଦିଲ୍ଲୀ:  ମହାରାଷ୍ଟ୍ରର ଗଡ଼ଚିରୋଲି ଭାମରାଗଡ ତହସିଲ ଅନ୍ତର୍ଗତ କୋପରଶୀରେ  ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୫  ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଗଡ଼ଚିରୋଲିର ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ C60 କମାଣ୍ଡୋ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।

 

ସୂଚନା ମୁତାବକ, ଭାମରାଗଡର କୋପରି ଜଙ୍ଗଲରେ ପୁଲିସ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଏହି ଅଞ୍ଚଳରେ କିଛି ନକ୍ସଲ ଲୁଚି ରହିଥିବା ନେଇ ପୁଲିସକୁ ଗୁଇନ୍ଦା ସୂଚନା ମିଳିବାପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। C60 କମାଣ୍ଡୋର ୬୦ଟି ଫୋର୍ସ ଏଥିରେ ସାମିଲ ଅଛନ୍ତି।

Leave A Reply

Your email address will not be published.