Latest Odisha News

BREAKING NEWS

ବାଘ ପାଇଁ ସମସ୍ତ ସ୍କୁଲ ଛୁଟି, ପରୀକ୍ଷା ବାତିଲ: ଗଲାଣି ୩ ଛୁଆଙ୍କ ଜୀବନ

ଡେହରାଡୁନ୍: ଉତ୍ତରାଖଣ୍ଡ ନ୍ୟୁଟିହରି ଅଞ୍ଚଳରେ ବାଘର ଆତଙ୍କ ଖେଳିଯାଇଛି। ବାଘଟି ଛୁଆଙ୍କୁ ମାରିଦେବା ପରେ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ବାଘଟିକୁ ଖୋଜିବାକୁ ପ୍ରୟାସ କରାଯାଉଛି। ତେଣୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍କୁଲକୁ ବନ୍ଦ କରାଯିବା ସହ ପରୀକ୍ଷାକୁ ବି ବାତିଲ କରି ଦିଆଯାଇଛି।

ସୂଚନା ଅନୁସାରେ ଉକ୍ତ ବାଘଟି ଗତ କିଛି ଦିନ ମଧ୍ୟରେ ୩ ଛୁଆଙ୍କୁ ମାରି ସାରିଛି। ବାଘଟିକୁ କାବୁ କରିବାକୁ ବନ ବିଭାଗ ପ୍ରୟାସ ଜାରି ରଖିଛି। ବାଘ ଖୋଜିବାରେ ଡ୍ରୋନ୍‌ ନିୟୋଜିତ ହୋଇଛି। ଶନିବାର ସନ୍ଧ୍ୟା ସମୟାରେ ସାକ୍ଷୀ ନାମ୍ନୀ ୧୩ ବର୍ଷୀୟା ନାବାଳିକା ଘରୁ ଖେଳିବାକୁ ବାହାରିଥିବା ବେଳେ ବାଘଟି ତାଙ୍କୁ ଝାମ୍ପ ନେଇଥିଲା। ଝିଅଟିର ଚିତ୍କାର ଶୁଣି ପାଖପଡ଼ୋଶୀ ବାଘଟିର ପିଛା କରିଥିଲେ । ମାତ୍ର ବାଘଟି ଘୋଷାଡ଼ି ଟାଣି ନେଇଥିବା ବେଳେ ଘଟଣାସ୍ଥଳରେ ସାକ୍ଷୀଙ୍କ ମୃତ୍ୟୁ ହୋଇଥିଲା।

ଏହାପୂର୍ବରୁ ଉକ୍ତ ବାଘଟି ଜଣେ ୯ ବର୍ଷୀୟା ନାବାଳିକା ଓ ୩ ବର୍ଷର ଶିଶୁକୁ ମାରି ଦେଇଛି। ବନ ବିଭାଗ ଅଧିକାରୀ ଟିମ୍‌ ଧରି ବାଘକୁ ଖୋଜୁଥିବା ବେଳେ ତା’ର କିନ୍ତୁ ସନ୍ଧାନ ମିଳି ପାରିନି। ତେଣୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଖପାଖ ଅଞ୍ଚଳର ସମସ୍ତ ସ୍କୁଲକୁ ଛୁଟି କରି ଦିଆଯାଇଛି। ଏହି ସମୟରେ ଘରୁ ନ ବାହାରିବାକୁ ଅଞ୍ଚଳବବାସୀଙ୍କୁ ସତର୍କ କରାଯାଇଛି।

Comments are closed.