Latest Odisha News

BREAKING NEWS

କ’ଣ ସତରେ ବିଷ୍ଣୋଇ ସମାଜର ମହିଳାମାନେ କୃଷ୍ଣସାର ମୃଗକୁ ପିଆନ୍ତି ନିଜ କ୍ଷୀର ….

ନୂଆଦିଲ୍ଲୀ: ଥର ଥର କରି ଏହାରି ଭିତରେ ଅନେକ ଥର ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ଦେଇ ଚାଲିଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ l ଏହାରି ଭିତରେ ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ ଏକ ବିବୃତ୍ତି ଜାରି କରି ସଲମାନ କ’ଣ ପାଇଁ କ୍ଷମା ମାଗିବେ ବୋଲି ଯୁକ୍ତି କରିଛନ୍ତି l ସଲିମଙ୍କ କହିବା ଅନୁସାରେ ସଲମାନ କୌଣସି କୃଷ୍ଣସାର ମୃଗ ଶିକାର କରି ନାହାଁନ୍ତି କି ତାଙ୍କ ପାଖରେ କୌଣସି ବନ୍ଧୁକ ନାହିଁ l ସଲମାନ ଆଜି ପର୍ଯ୍ୟନ୍ତ ଏକ ଅସାରପାଙ୍କୁ ମାରି ନାହାଁନ୍ତି ବୋଲି କହିଛନ୍ତି ସଲିମ l

ବାସ୍ତବରେ, କିଛି ବର୍ଷ ପୂର୍ବେ ସଲମାନ ଖାନଙ୍କ ଉପରେ କୃଷ୍ଣସାର ମୃଗ ଶିକାର କରିବାର ଅଭିଯୋଗ ହୋଇଥିଲା । ଏହି ମାମଲାରେ ସିଜେଆଇ କୋର୍ଟ ଗତ 2006 ମସିହା ଫେବୃଆରୀ 17 ତାରିଖରେ ସଲମାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । କିନ୍ତୁ ହାଇକୋର୍ଟ ଏହି ମାମଲାରେ ସଲମାନ ଖାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଯେଉଁଥିପାଇଁ ବିଷ୍ଣୋଇ ସମ୍ପ୍ରଦାୟ ସଲମାନ ଖାନଙ୍କ ଉପରେ କ୍ରୋଧିତ ହୋଇଥିଲେ l ସେବେଠାରୁ ସଲମାନ ଖାନଙ୍କୁ ହତ୍ୟା କରିବାକୁ ବିଷ୍ଣୋଇ ସମାଜ ସୁଯୋଗ ଖୋଜୁଛି l

ତେବେ କହିରଖୁଛୁ ଯେ, ବିଷ୍ଣୋଇ ସମାଜରେ ପଶୁମାନଙ୍କର ପୂଜା କରାଯାଏ l ଏହି ସମାଜର ଲୋକମାନଙ୍କର କୃଷ୍ଣସାର ମୃଗ ସହ ଏକ ବିଶେଷ ସମ୍ପର୍କ ଅଛି l ଏହି ସମ୍ପ୍ରଦାୟ ପ୍ରକୃତି ସଂରକ୍ଷଣ ପାଇଁ ବେଶ ଜଣାଶୁଣା l ଏହି ସମାଜର ଲୋକମାନଙ୍କର ପ୍ରକୃତି ଏବଂ ପଶୁମାନଙ୍କ ପ୍ରତି ଗଭୀର ସମ୍ମାନ ଥାଏ l ଏହି ସମାଜ କୃଷ୍ଣସାର ମୃଗକୁ ତାଙ୍କର ଆରାଧ୍ୟ ମାନନ୍ତି ଏପରିକି ସେମାନଙ୍କ ସୁରକ୍ଷା ପାଇଁ ନିଜ ଜୀବନ ମଧ୍ୟ ଦେଇଦିଅନ୍ତି l କୁହାଯାଏ ବିଷ୍ଣୋଇ ସମ୍ପ୍ରଦାୟର ମହିଳାମାନେ ସେମାନଙ୍କର କ୍ଷୀରକୁ କୃଷ୍ଣସାର ମୃଗକୁ ପିଆଇଥାନ୍ତି l କୃଷ୍ଣସାର ମୃଗଙ୍କ ପ୍ରତି ଏହି ସମ୍ପ୍ରଦାୟର ଆନ୍ତରିକତା ଦେଖି ଅନେକ ଲୋକ ଏହାକୁ ସତ୍ୟ ବୋଲି ମଧ୍ୟ ଭାବନ୍ତି l ଏହି ସତ୍ୟକୁ ପ୍ରମାଣ କରିବାକୁ ସୋସିଆଲ ମିଡିଆରେ ଏପରି ଅନେକ ଫଟୋ ଅଛି, ଯାହା ବିଷ୍ଣୋଇ ସମ୍ପ୍ରଦାୟର ମୃଗଙ୍କ ପାଇଁ ଥିବା ସ୍ୱତନ୍ତ୍ର ପ୍ରେମ ଏବଂ ଉତ୍ସର୍ଗୀକୃତ ଭାବନାକୁ ଦର୍ଶାଇଥାଏ l

କହିରଖୁଛୁ ଯେ, ବିଷ୍ଣୋଇ ସମାଜର କୃଷ୍ଣସାର ମୃଗକୁ ସଂରକ୍ଷଣ କରିବା ପଛରେ ଉଭୟ ଧାର୍ମିକ ଏବଂ ପରିବେଶଗତ କାରଣ ରହିଛି । ବିଶ୍ୱାସ ରହିଛି ଯେ, କୃଷ୍ଣସାର ମୃଗ ଭଗବାନ କୃଷ୍ଣଙ୍କର ଏକ ଅବତାର ଏବଂ ଏହାକୁ ସୁରକ୍ଷା ଦେବା ଆମର ଧାର୍ମିକ କର୍ତ୍ତବ୍ୟ। ପ୍ରକୃତିର ସମସ୍ତ ପ୍ରାଣୀମାନଙ୍କର ଅସ୍ତିତ୍ୱ ରହିବ ଆବଶ୍ୟକ ଏବଂ ସେମାନଙ୍କୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ ହେବା ଉଚିତ୍ ବୋଲି କୁହନ୍ତି ବିଷ୍ଣୋଇ ସମାଜ ।

Leave A Reply

Your email address will not be published.