Latest Odisha News

ବଡ ଖବର: ସ୍ପଷ୍ଟ ହେଲା ଚିତ୍ର, ଏଠାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଦାନା’

ଭୁବନେଶ୍ୱର: ବାତ୍ୟାକୁ ନେଇ ଆସିଲା ବଡ଼ ଖବର। ସ୍ପଷ୍ଟ ହେଲା ଚିତ୍ର l ସାମନାକୁ ଆସିଲା ସାମୁଦ୍ରିକ ଝଡ ‘ଦାନା’ର ଲ୍ୟାଣ୍ଡଫଲ୍ ସ୍ଥାନ l ଓଡ଼ିଶା ଉପକୂଳକୁ ହିଟ୍ କରିବ ବାତ୍ୟା ‘ଦାନା’। ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ ‘ଦାନା’। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ l ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଦାନା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବ । ଝଟକା ପବନର ବେଗ ୧୨୦ କିଲୋମିଟର ରହିବ । ବର୍ତ୍ତମାନ ପାରାଦୀପ ଠାରୁ ୫୨୦ ଓ ସାଗରଦ୍ୱୀପ ଠାରୁ ୬୦୦ କିମି ଦୂରରେ ରହିଛି ବାତ୍ୟା l ଘଂଟାପ୍ରତି ଏବେ ୧୫ କିମି ବେଗରେ ଗତି କରୁଛି ବାତ୍ୟା ଦାନା l

ବାତ୍ୟାର ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ l ପ୍ରଭାବରେ ଆଜି ସନ୍ଧ୍ୟା ପରଠୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷିବ l ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି l ୨୫ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିବ l ୨୬ରୁ ବର୍ଷା ସାଧାରଣତଃ କମିବାର ଆଶଙ୍କା ରହିଛି l ବାତ୍ୟା ‘ଦାନା’ ପାଇଁ ବନ୍ଦରରେ ୪ନଂ ବିପଦ ସଂକେତ ଜାରି କରାଯାଇଛି l ପାରାଦୀପ, ଧାମରା ଓ ପୁରୀ ବନ୍ଦରକୁ ୪ନଂ ବିପଦ ସଂକେତ ଜାରିକରଯାଇଥିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ l

Leave A Reply

Your email address will not be published.