Latest Odisha News

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ମୋହନଙ୍କ ପରେ ଆଉ ଜଣେ ଓଡିଆଙ୍କୁ ଗୁରୁ ଦାୟିତ୍ବ

ଭୁବନେଶ୍ୱର: ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି (ବିଜେପି) । ଶୁକ୍ରବାର ଜାରି କରିଥିବା ଷ୍ଟାର ପ୍ରଚାରକ ତାଲିକାରେ ୪୦ ଜଣଙ୍କୁ ରଖିଛି ଦଳ । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମ ମଧ୍ୟ ରହିଛି ।

ଦଳ ଜାରି କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ୧୭ ନମ୍ବର ସ୍ଥାନରେ ଅଛନ୍ତି । ସେହିପରି ତାଲିକାର ୧୨ ନମ୍ବର ସ୍ଥାନରେ ସମ୍ବଲପୁର ଲୋକସଭା ଆସନରୁ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ମଧ୍ୟ ରହିଛି ।

ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ତ ରାଜ୍ୟରେ ଷଢ଼େଇକଳା ଓ ଜାମଶେଦପୁର ଭଳି ଅନେକ ଅଞ୍ଚଳରେ ଓଡ଼ିଆ ଭାଷାଭାଷୀ ଲୋକ ରହୁଛନ୍ତି । ସେମାନଙ୍କ ଭୋଟ ନିଜ ସପକ୍ଷରେ ନେବା ଲାଗି ଭାଜପା ମୋହନ ମାଝୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.