Latest Odisha News

BREAKING NEWS

ଯମୁନାରେ ବୁଡ଼ ପକାଇବା ପରେ ଅସୁସ୍ଥ ବିରେନ୍ଦ୍ର ସଚ୍ଚଦେବା

ନୂଆଦିଲ୍ଲୀ: ଦିଲ୍ଲୀ ଭାରତୀୟ ଜନତା ପାର୍ଟି ସଭାପତି ବିରେନ୍ଦ୍ର ସଚ୍ଚଦେବାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ରାମ ମନୋହର ଲୋହିୟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଦିଲ୍ଲୀ ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଗତ ଗୁରୁବାର ଯମୁନାରେ ବୁଡ଼ ପକାଇଥିଲେ।

ସେ ଯମୁନାରେ ବୁଡ଼ ପକାଉଥିବାର ଫଟୋ ମଧ୍ଯ ଭାଇରାଲ ହେବାରେ ଲାଗିଛି। ଯାହା ପରଠାରୁ ବିରେନ୍ଦ୍ର ସଚ୍ଚଦେବ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଶନିବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପ୍ରଦୂଷଣକୁ ବିରୋଧ କରି ବିଜେପି ସଭାପତି ଗୁରୁବାର ଦିନ ଦିଲ୍ଲୀ ଆଇଟିଓ ଛଟ୍ ଘାଟରେ ପହଞ୍ଚି ଯମୁନାରେ ବୁଡ଼ ପକାଇଥିଲେ। ଏଥିସହିତ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ଏବଂ  ଅରବିନ୍ଦ କେଜ୍ରିୱାଲଙ୍କୁ ଯମୁନାରେ ବୁଡ଼ ପକାଇବାକୁ ମଧ୍ୟ ଚ୍ୟାଲେଞ୍ଜ ଦେଇଥିଲେ।

ଯମୁନା ପାଣିରେ ବୁଡ଼ ପକାଇବା ପରେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ ଏବଂ ଆଜି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି୲

ବିଜେପି ସଭାପତି କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଯମୁନା ଜଳ ସଫା କରିବା ପାଇଁ କେନ୍ଦ୍ର ସରକାର ୮୫୦୦ କୋଟି ଟଙ୍କା ଦେଇଥିଲେ। ଯାହାର ହିସାବ କେଜ୍ରିୱାଲ ଦେବା ଉଚିତ୍୲

Comments are closed.