Latest Odisha News

ଲୁହା ଭଳି ମଜଭୁତ୍ ହେବ ହାଡ, ଗଣ୍ଠି ଯନ୍ତ୍ରଣା ତ ଭୁଲି ଯିବେ..ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ବର: ଆମ ଶରୀରର ଢାଞ୍ଚା ହାଡ ଦ୍ବାରା ହିଁ ଗଠିତ । ଯଦି ହାଡରେ କିମ୍ବା ଏହାର ଜଏଣ୍ଟ ସ୍ଥାନରେ କିଛି ବି ସମସ୍ୟା ହୁଏ ତାହାଲେ ଆମ ପୂରା ଶରୀର ବ୍ୟଥା ହେବାକୁ ଆରମ୍ଭ କରେ । ପ୍ରାୟତଃ ୩୦ ପରେ ହାଡ ଦୁର୍ବଳ ହେବାକୁ ଆରମ୍ଭ କରିଥାଏ । କାରଣ ୩୦ ପରେ ଆମ  ବୋନ୍ ଡେନସିଟି ଧିରେ ଧିରେ କମିଥାଏ ।  ହାଡ ଦୁର୍ବଳ ହେବାରୁ ଅଷ୍ଟିଓପୋରୋସିସ୍ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

ତେବେ କିଛି ଏମିତି ଜିନିଷ ଅଛି , ଯାହା ବ୍ୟବହାର କରିବା ଦ୍ବାରା ଏହି ସବୁ ସମସ୍ୟାରୁ ରକ୍ଷା ମିଳିଥାଏ । ଆଉ ହାଡ ମଜଭୁତ୍ ହୋଇଥାଏ ।  ତେବେ ଆମ ଶରୀରରେ ହାଡର ଶକ୍ତତା ପାଇଁ କ୍ୟାଲସିୟମ ନିତ୍ୟାନ୍ତ ଆବଶ୍ୟକ । ବୟସ ବଢିବା ସହିତ କ୍ୟାଲସିୟମର ପରିମାଣ ମଧ୍ୟ ଆମ ଶରୀରରେ ବଢିବା ଆବଶ୍ୟକ । ଏଥିପାଇଁ କ୍ୟାଲସିୟମରେ ଭରପୂର ଥିବା ଖାଦ୍ୟ ଖାଇବା ଉଚିତ୍ ।  ଏଥିପାଇଁ କ୍ଷୀର ପିଇବା ଉଚିତ୍ । କାରଣ କ୍ଷୀରରେ ପ୍ରଚୁର ପରିମାଣର କ୍ୟାଲସିୟମ ରହିଥାଏ । କିନ୍ତୁ ଯଦି କ୍ଷୀର ପିଇବା ଆପଣଙ୍କୁ ପସନ୍ଦ ନୁହେଁ ତାହାଲେ ଆପଣ ରାଗି, ତିଲ୍ ଭଳି ଶସ୍ୟ ମଧ୍ୟ ଖାଇପାରିବେ ।

ଏଥିସହିତ ଶରୀରରେ ଭିଟାମିନର ପରିମାଣ କମିଲେ ମଧ୍ୟ ହାଡରେ ଦୁର୍ବଳତା ଦେଖାଯାଇଥାଏ । ବିଶେଷତ୍ୟ ଭାରତୀୟଙ୍କ ଶରୀରରେ ଭିଟାମିନ୍-ଡିର ଭାବ ଦେଖାଯାଇଥାଏ । ତେଣୁ ପ୍ରତିଦିନ ସକାଳେ ୧୫ରୁ ୨୦ ମିନିଟ୍ କଅଁଳ ଖରାରେ ବସିବା ଦ୍ବାରା ଏହା ଆମ ଶରୀରକୁ ଭିଟାମିନ୍-ଡି ପ୍ରଦାନ କରିଥାଏ । ତେବେ ଆପଣମାନେ ବିଭିନ୍ନ ସପ୍ଲିମେଣ୍ଟ ବି ନେଇପାରିବେ ଯେଉଁଥିରେ ଭିଟାମିନ୍-ଡି ରହିଥିବ ।

Leave A Reply

Your email address will not be published.