Latest Odisha News

BREAKING NEWS

ଅଭିଷେକଙ୍କ ସହ ଡେଟିଂକୁ ନେଇ ମୁହଁ ଖୋଲିଲେ ନିମ୍ରତ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ର ଛାଡପତ୍ର କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ଯରେ ‘ଦସୱି’ ଫିଲ୍ମର ସହ-ଅଭିନେତ୍ରୀ ନିମ୍ରତଙ୍କ ସହ ଅଭିଷେକଙ୍କ ଡେଟିଂ ଖବର ସାମ୍ନାକୁ ଆସୁଛି।

“ମୁଁ କିଛି ବି କରେ କି ନକରେ ତେବେ ଲୋକମାନେ ଯାହା ଚାହିଁବେ ତାହା ହିଁ କହିବେ। ଏଥିରେ ମୋ ଉପରେ କୌଣସି ଫରକ୍ ପଡ଼ିବ ନାହିଁ। ଏହିପରି ଗୁଜବ ବନ୍ଦ କରିବା ସମ୍ଭବ ନୁହେଁ ଏବଂ ମୁଁ ମୋ କାମରେ ଧ୍ୟାନ ଦେବାକୁ ପସନ୍ଦ କରେ”।

ସେହିପରି ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଅଭିନେତ୍ରୀ ନିମ୍ରତ କୌର ତାଙ୍କ ପୂର୍ବତନ ପ୍ରେମିକ ବିଷୟରେ କିଛି ରୋଚକ ତଥ୍ଯ ଜଣାଇଥିଲେ। ନିକଟରେ କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାଇ ଅଭିଷେକ ବଚ୍ଚନ ଏବଂ ଐଶ୍ଵର୍ଯ୍ୟା ରାୟଙ୍କ ଦାମ୍ପତ୍ଯ ଜୀବନମଧ୍ୟରେ କିଛି ଠିକ ଚାଲିନାହିଁ ଯେଉଁଥିପାଇଁ ନିମ୍ରତ କୌରଙ୍କୁ ଏକପ୍ରକାର ଦାୟୀ କରାଯାଉଛି୲

ସିଦ୍ଧାର୍ଥ କାନନଙ୍କ ସହ ଫିଲ୍ମ ‘ଦସୱି’ ର ପ୍ରମୋସନ ସମୟରେ ନିମ୍ରତ କୌର ତାଙ୍କର ପୂର୍ବତନ ପ୍ରେମିକ ବିଷୟରେ କହିଥିଲେ, ‘ମୁଁ ଅଧିକ କିଛି କହିବାକୁ ଚାହେଁ ନାହିଁ କାରଣ ସେ ବର୍ତ୍ତମାନ ବିବାହିତ ଏବଂ ତାଙ୍କର ସନ୍ତାନ ଅଛନ୍ତି। ଯଦି ମୁଁ କିଛି କହିବି, ତା ହେଲେ ସେ ଅସୁବିଧାରେ ପଡ଼ିବେ।

ନିମ୍ରତ ଆହୁରି ମଧ୍ଯ କହିଥିଲେ ଯେ ସେ ପାଠ ପଢାରେ ବହୁତ ଭଲ, ଲାଜୁଆ ଏବଂ ତାଙ୍କ କେଶ ମଧ୍ଯ ବହୁତ ସୁନ୍ଦର ଥିଲା। ଅଭିଷେକ ଥଟ୍ଟା କରି ପଚାରିଥିଲେ ନିମ୍ରତ କଣ କେବେ ତାଙ୍କ ଶିକ୍ଷକଙ୍କୁ ଡେଟ କରିଛନ୍ତି କି? ଯାହାର ଉତ୍ତରରେ ନିମ୍ରତ କହିଥିଲେ ଯେ ସେ ତାଙ୍କ ସହପାଠୀ ଥିଲେ ୲

 

Leave A Reply

Your email address will not be published.