Latest Odisha News

BREAKING NEWS

ନିଶାସକ୍ତ ଯୁବକଙ୍କ ଉନ୍ମୁକ୍ତକାଣ୍ଡ, ପେଟ୍ରୋଲ ପମ୍ପରେ ନିଆଁ ଲଗାଇଦେଲେ…

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରୁ ଶନିବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ନାଚରାମ ଅଞ୍ଚଳର ଏକ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି। ତେବେ ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଯେତେବେଳେ ଚିରାନ୍ ନାମକ ଏହି ବ୍ୟକ୍ତି ପେଟ୍ରୋଲ ପମ୍ପକୁ ଆସିଥିଲେ ତାଙ୍କ ହାତରେ ଏକ ସିଗାରେଟ୍ ଲାଇଟର୍ ଥିଲା ଏବଂ ସେ ନିଶା ରେ ଥିଲେ। ପେଟ୍ରୋଲ ପମ୍ପ କର୍ମୀ ତାଙ୍କୁ ଲାଇଟ୍ ବାବଦରେ କହିବାରୁ  ଦୁଇ ଜଣଙ୍କ ମଧ୍ଯରେ ଯୁକ୍ତିତର୍କ ହୋଇଥିଲା ଏବଂ ସେ କହିଥିଲେ ଯେ ଯଦି ସାହସ ଅଛି ତା ହେଲେ ନିଆଁ ଲଗେଇକି ଦେଖାଅ।

ଏହା ପରେ ଚିରନ୍ ଲାଇଟର ଜଳେଇ ଦେଇଥିଲେ, ସେହି ସମୟରେ କର୍ମଚାରୀ ଜଣକ ଏକ ସ୍କୁଟରରେ ପେଟ୍ରୋଲ ଭରୁଥିଲେ ଯାହା ଫଳରେ ନିଆଁ ଲାଗିଯାଇଥିଲା। ଘଟଣା ସମୟରେ ପେଟ୍ରୋଲ ପମ୍ପରେ ପ୍ରାୟ ୧୦ରୁ ୧୧ ଜଣ ଲୋକ ଉପସ୍ଥିତ ଥିଲେ। ତେବେ ଅଳ୍ପ ସମୟ ମଧ୍ୟରେ ନିଆଁକୁ ନିୟନ୍ତ୍ରଣକୁ କରାଯାଇଥିଲା ବେଳେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

Leave A Reply

Your email address will not be published.