Latest Odisha News

BREAKING NEWS

ମୁତୟନ ହେଲା ବିଏମପି-ଟୁ କମ୍ବାଟ ଇନଫାଣ୍ଟ୍ରି ଯୁଦ୍ଧ ଯାନ, ଆତଙ୍କବାଦୀଙ୍କୁ ଦେବ ମୁହଁତୋଡ୍‌ ଜବାବ

ଶ୍ରୀନଗର: ସୋମବାର (୨୮ ଅକ୍ଟୋବର) ସକାଳେ ଆତଙ୍କବାଦୀମାନେ ଜମ୍ମୁ କାଶ୍ମୀରର ଅଖନୁର ଅଞ୍ଚଳରେ ଏକ ଭାରତୀୟ ସେନା ଗାଡି ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଘଟଣା ପରେ ଭାରତୀୟ ସେନା କରୁଛି ବଡ଼ ରଣନୀତି। ଆତଙ୍କବାଦୀଙ୍କୁ ମୁକାବିଲା ଓ ମୂଳପୋଛ କରିବା ଲାଗି ବିଏମପି ଟୁ କମ୍ବାଟ ଇନଫାଣ୍ଟ୍ରି ଯୁଦ୍ଧ ଯାନ ମୁତୟନ କରିଛି ସ୍ଥଳସେନା।

ଆତଙ୍କବାଦୀଙ୍କୁ ମୁହଁତୋଡ୍‌ ଜବାବ ଦେବା ପାଇଁ ସ୍ଥଳସେନା ପକ୍ଷରୁ ଏକାଧିକ ଯୁଦ୍ଧ ଯାନ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି। ସକାଳ ପ୍ରାୟ ସାଢେ ୭ଟାରେ ତିନିଜଣ ଆତଙ୍କବାଦୀ ଏକ ସେନା ଗାଡି ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ। ସେନା ଅଧିକାରୀଙ୍କ ଅନୁଯାୟୀ ସୁରକ୍ଷା ବାହିନୀ ତୁରନ୍ତ ଏହି ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ସୂତ୍ରରୁ ପ୍ରକାଶ ଯେ ସୁରକ୍ଷା ବାହିନୀ ଶେଷ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ଆତଙ୍କବାଦୀମାନେ ଲୁଚି ରହିଥିବା ସନ୍ଦେହ କରାଯାଉଥିବା ସ୍ଥାନକୁ ସେନା ରକେଟ ଲଞ୍ଚ କରାଯାଇଥିଲା। ତେବେ ସୁରକ୍ଷା ବାହିନୀ ଦ୍ୱାରା ରକେଟ୍ ଲଞ୍ଚର ବ୍ୟବହାର ପରେ ଆତଙ୍କବାଦୀଙ୍କ ନିକଟରୁ ଗୁଳି ବିନିମୟ ହୋଇ ନାହିଁ।

ଅଧିକାରୀମାନେ କହିଛନ୍ତି ଯେ ଗୁଲମାରଗଠାରୁ ପ୍ରାୟ ୬ କିଲୋମିଟର ଦୂରରେ ଥିବା ବୋଟାପାଥରୀ ନିକଟରେ ଆତଙ୍କବାଦୀମାନେ ପୋର୍ଟର ଆଫ୍ରାୱାଟ ରେଞ୍ଜର ନାଗିନ୍ ପୋଷ୍ଟ ଆଡକୁ ଯାଉଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ ସକାଳ ପ୍ରାୟ ୭ଟା ସମୟରେ ଜଗୱାନ ଅଞ୍ଚଳରେ ଆତଙ୍କବାଦୀମାନେ ଏକ ସେନା ଗାଡି ଉପରକୁ ଗୁଳି ଚଳାଇଥିଲେ, ପରେ ଏକ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା।

Comments are closed.