ନୂଆଦିଲ୍ଲୀ: ଆଜି ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶରେ ଆୟୁଷ୍ମାନ ଯୋଜନା ପାର୍ଟ ୨ ଲାଗୁ କରିଛନ୍ତି । ଯେଉଁଥିରେ ୭୦ ବର୍ଷରୁ ଅଧିକ ବୃଦ୍ଧବୃଦ୍ଧାଙ୍କ ପାଇଁ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ମାଗଣା ଯୋଗାଇ ଦିଆଯିବ । ସାରା ଦେଶରେ ଏହି ଯୋଜନା ଲାଗୁ ହୋଇଥିବା ବେଳେ ଏହାକୁ କିନ୍ତୁ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟରେ ଲାଗୁ କରିନାହାନ୍ତି । ଯାହାକୁ ନେଇ କଡା ନିଶାନା ସାଧିଛନ୍ତି ମୋଦି । ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରିବା ପାଇଁ ଟିଏମସି ଏବଂ ଆପ ସରକାର ଉପରେ ବର୍ଷିଛନ୍ତି । ଏହାକୁ ନେଇ ଦିଲ୍ଲୀ ଆଉ ପଶ୍ଚିମବଙ୍ଗରେ ରହୁଥିବା ୭୦ ବୟସ୍କ ବ୍ୟକ୍ତିଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ମୋଦି ।
ଯାହାକୁ ନେଇ ଏହି ଦୁଇ ସରକାରଙ୍କୁ କଡା ନିନ୍ଦା କରିବା ସହ ମୋଦି କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରେ ଦିଲ୍ଲୀ ଓ ପଶ୍ଚିମବଙ୍ଗ ବୟସ୍କ ବ୍ୟକ୍ତିମାନେ ଉପକୃତ ହୋଇପାରିବେ ନାହିଁ । କାରଣ ସେଠିକା ସରକାର ରାଜନୈତିକ ସ୍ବାର୍ଥ ରଖି ଏହି ଯୋଜନାକୁ ଲାଗୁ କରାଉନାହାନ୍ତି । ନିଜ ରାଜ୍ୟର ଅସୁସ୍ଥ ଲୋକଭ୍କ ଉପରେ ଅତ୍ୟାଚାର କରୁଛନ୍ତି । ତେଣୁ ସେଠିକା ସମସ୍ତ ବୃଦ୍ଧବୃଦ୍ଧାଙ୍କୁ ମୁଁ କ୍ଷମା ମାଗୁଛି । ମୁଁ ଚାହିଁକି ବି ସେମାନଙ୍କୁ ସାହାର୍ଯ୍ୟ କରିପାରିବି ନାହିଁ ।
ତେବେ କହିରଖୁଛୁ ଯେ, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଏବେ ପର୍ଯ୍ୟନ୍ତ ନିଜ ରାଜ୍ୟରେ ଲାଗୁ କରିନାହାନ୍ତି । ତେବେ ଏହି ଯୋଜନା ବୟସ୍କ ବ୍ୟକ୍ତିଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥାଏ । ବର୍ତ୍ତମାନ ଏଥିରେ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।
Comments are closed.